ଏସିଆ‌େର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାରତ: ଜାପାନକୁ ଟପିଲା

Advertisment

ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଛି ଭାରତ। ଏହି ସ୍ଥାନରୁ ଜାପାନକୁ ପଦଚ୍ୟୁତ କରି ଭାରତ ଏହି ଉପଲବ୍ଧି ହାସଲ କରିଛି। ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥନୀତି, ବିପୁଳ ଯୁବବର୍ଗ, ଦୃଢ଼ ଅର୍ଥ ବ୍ୟବସ୍ଥା ଆଧାରରେ ଭାରତକୁ ଏହି ସଫଳତା ମିଳିଛି।

Big plan of Indian army

ନୂଆଦିଲ୍ଲୀ: ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଛି ଭାରତ। ଏହି ସ୍ଥାନରୁ ଜାପାନକୁ ପଦଚ୍ୟୁତ କରି ଭାରତ ଏହି ଉପଲବ୍ଧି ହାସଲ କରିଛି। ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥନୀତି, ବିପୁଳ ଯୁବବର୍ଗ, ଦୃଢ଼ ଅର୍ଥ ବ୍ୟବସ୍ଥା ଆଧାରରେ ଭାରତକୁ ଏହି ସଫଳତା ମିଳିଛି। ଲୋୱି ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୪ ଏସିଆ ପାୱାର ସୂଚୀରେ ଭାରତକୁ ତୃତୀୟ ସ୍ଥାନ ପ୍ରଦାନ କରାଯାଇଛି।

ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛନ୍ତି ଚୀନ୍, ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ରୁଷିଆ। ୨୦୧୮ରୁ ଜାରି ହେଉଥିବା ଏସିଆ ପାୱାର ସୂଚୀରେ ୨୭ଟି‌ ଦେଶକୁ ବିଭିନ୍ନ ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରାଯାଉଛି। ଆର୍ଥିକ ସାମର୍ଥ୍ୟ, ସାମରିକ ସାମର୍ଥ୍ୟ, ଭୂ-ରାଜନୈତିକ ନିରାପତ୍ତା, ଭବିଷ୍ୟତ ଲାଗି ସମ୍ବଳ, ଆର୍ଥିକ ସମ୍ବଳ, ପ୍ରତିରକ୍ଷା ସହଯୋଗ, କୂଟନୈତିକ ଓ ସାଂସ୍କୃତି ପ୍ରଭାବ ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଦେଶଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe