ଏବର୍ଷ ଚୀନ୍‌ର ୪୦୦୦ କୋଟି ଟଙ୍କା କ୍ଷତି କରିଛି ଭାରତ ନିର୍ମିତ ରାଖି

ଏବର୍ଷ ଚୀନ୍‌ର ୪୦୦୦ କୋଟି ଟଙ୍କା କ୍ଷତି କରିଛି ଭାରତ ନିର୍ମିତ ରାଖି

Image Courtesy of The Statesman

ନୂଆଦିଲ୍ଲୀ: ୨୦୨୦ ରାଖି ପୂର୍ଣ୍ଣିମା ପାଇଁ ଭାରତ ନିର୍ମିତ ରାଖି ଯୋଗୁଁ ଚୀନ୍‌ର ପ୍ରାୟ ୪୦୦୦ କୋଟି ଟଙ୍କା କ୍ଷତି ହୋଇଛି। ଜୁନ୍ ୧୦ ତାରିଖ ଦିନ ‘କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ (ସିଏଆଇଟି) ଏ ବର୍ଷ ‘ହିନ୍ଦୁସ୍ତାନୀ ରାଖି’ ପାଳିବାକୁ ଦେଇଥିବା ଆହ୍ବାନ ଫଳବତୀ ହୋଇଛି।

‘ସିଏଆଇଟି’ ସହଯୋଗରେ ସମଗ୍ର ଦେଶରେ ପ୍ରାୟ ୧ କୋଟି ରାଖି ତିଆରି କରାଯାଇଥିଲା। ଘରେ, ଅଙ୍ଗନବାଡ଼ିରେ ଓ ବ୍ୟାବସାୟିକ ସେକ୍ଟର‌୍‌ରେ କାର୍ଯ୍ୟ କରୁଥିବା ମହିଳାମାନେ ଭାରତୀୟ ସାମଗ୍ରୀ ବ୍ୟବହାର କରି ଏହି ରାଖି ପ୍ରସ୍ତୁତ କରିଥିଲେ। ତେଣୁ, ଏଥର ଗୋଟିଏ ହେଲେ ରାଖି ଚୀନ୍‌ରୁ ଆମଦାନି ହୋଇନାହିଁ।

publive-image Image Courtesy of Zee News

‘ସିଏଆଇଟି’ର ଜାତୀୟ ଅଧ୍ୟକ୍ଷ ବିସି ଭର୍ତିଆ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲା କହିଛନ୍ତି ଯେ, ଆକଳନ ଅନୁସାରେ, ପ୍ରତିବର୍ଷ ୬୦୦୦ କୋଟି ଟଙ୍କାର ପ୍ରାୟ ୫୦ କୋଟି ରାଖି ବିକ୍ରି ହୋଇଥାଏ। ଗତ କେତେ ବର୍ଷ ହେବ ଚୀନ୍ ନିର୍ମିତ ରାଖି କିଂବା ରାଖି ତିଆରି ସାମଗ୍ରୀ ଆମଦାନି ହେଉଥିଲା।

ଚୀନ୍ ସାମଗ୍ରୀ ବର୍ଜନର ପରବର୍ତ୍ତୀ ପଦକ୍ଷେପ ପ୍ରସଙ୍ଗରେ ଭର୍ତିଆ ଏବଂ ଖଣ୍ଡେଲ୍‌ୱାଲ୍ କହନ୍ତି ଯେ, ଅଗଷ୍ଟ ୯ ତାରିଖ ଦିନ ଦେଶର ସମସ୍ତ ବ୍ୟବସାୟୀ ‘ଚୀନ୍ ଭାରତ ଛାଡ଼’ ଅଭିଯାନ ଆରମ୍ଭ କରିବେ।

ସେ ଦିନ ଦେଶର ୮୦୦ରୁ ଅଧିକ ସ୍ଥାନରେ ବ୍ୟବସାୟୀମାନେ ଏକତ୍ର ହୋଇ ‘ଚୀନ୍ ଭାରତ ଛାଡ଼’ ଡାକରା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe