ଇସ୍ଲାମାବାଦ୍: ପାକିସ୍ତାନ ଠାରୁ ଭାରତ କେବେ ବ୍ୟାବସାୟିକ ସମ୍ପର୍କ କାଟି ନାହିଁ ବରଂ ବ୍ୟାବସାୟିକ ସମ୍ପର୍କ ସ୍ବାଭାବିକ କରିବା ଲାଗି ଆଗ୍ରହ ପ୍ରକାଶ କରୁଛି ବୋଲି ଶୁକ୍ରବାର ଦିନ ‘ଲାହୋର୍ ଚେମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି’ରେ ଉଦ୍ବୋଧନ ଦେବା ବେଳେ ପାକିସ୍ତାନରେ ଥିବା ଭାରତର ଡେପୁଟି ହାଇକମିସନର୍ ସୁରେଶ କୁମାର କହିଛନ୍ତି।
ଅର୍ଥ କ୍ଷମତା ହୋଇଥିବାରୁ ଆଜିର କୂଟନୀତି ପର୍ଯ୍ୟଟନ, ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନନିବିଷ୍ଟ କରୁଛି ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି।
Image Courtesy of NDTV‘ଡନ୍’ ସମ୍ବାଦପତ୍ର ରିପୋର୍ଟ ଅନୁସାରେ, ସୁରେଶ କୁମାର କହିଛନ୍ତି, ଆମେ ଆମର ଭୌଗୋଳିକ ଅବସ୍ଥିତି ପରିବର୍ତ୍ତନ କରିପାରିବୁ ନାହିଁ ବୋଲି ଭାରତ ସଦାସର୍ବଦା ପାକିସ୍ତାନ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଚାହିଁଛି। ଆମେ ପାକିସ୍ତାନ ସହିତ ସ୍ବାଭାବିକ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହୀ। ଆମେ ପାକିସ୍ତାନ ସହିତ ବ୍ୟାବସାୟିକ ସମ୍ପର୍କ କାଟିନାହୁଁ, ପାକିସ୍ତାନ କାଟିଛି। ସମସ୍ୟା ଓ ପରିସ୍ଥିତିକୁ କିଭଳି ପରିବର୍ତ୍ତନ କରାଯାଇ ପାରିବ ତାହା ଚିନ୍ତା କରିବା ଆବଶ୍ୟକ।
ସ୍ମରଣଯୋଗ୍ୟ, ୨୦୧୯ରେ ନୂଆଦିଲ୍ଲୀ ଜମ୍ମୁ ଓ କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦ କରିବା ପରେ ପାକିସ୍ତାନ ଭାରତ ସହିତ ଦ୍ବିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ସହିତ ଇସ୍ଲାମାବାଦରେ ଥିବା ଭାରତର ହାଇକମିସନର୍ଙ୍କୁ ବହିଷ୍କାର କରିଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ବର୍ଷରେ ପାକିସ୍ତାନ ସହିତ ଭାରତର ୩୨୯.୨୬ ନିୟୁତ ଡଲାର ମୂଲ୍ୟର ବାଣିଜ୍ୟ ହୋଇଥିବା ବେଳେ ୨୦୧୯-୨୦ରେ ୮୩୦.୫୮ ନିୟୁତ ଡଲାର୍ ମୂଲ୍ୟର ବାଣିଜ୍ୟ ହୋଇଥିଲା।
Follow Us