କ୍ରିପ୍ଟୋରେ ଭାରତ ନଂ ୧

ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍‌ଆନାଲିସିସ୍‌ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି।

gjgdgjd

ନୂଆଦିଲ୍ଲୀ: ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍‌ଆନାଲିସିସ୍‌ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି। ଏସଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ରିପ୍ଟୋକୁ ନେଇ ଅଧିକ ଆଗ୍ରହ ରହିଛି। ସେଥିରେ ଭାରତ, ଭିଏତ୍‌ନାମ ଓ ପାକିସ୍ତାନ ଭଳି ଦେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଲାଟିନ୍ ଆମେରିକାରେ କ୍ରିପ୍ଟୋ ଗ୍ରହଣୀୟତା ୬୨ ପ୍ରତିଶତ ଏବଂ ସବ୍‌ ସାହାରା ଆଫ୍ରିକାରେ ୫୨ ପ୍ରତିଶତ ବଢ଼ିଛି। 

କଏନ୍‌ଡିସିଏକ୍ସର ସହ ପ୍ରତିଷ୍ଠାତା ସୁମିତ ଗୁପ୍ତା କହିଛନ୍ତି ଯେ ବିଶ୍ବ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରେ କ୍ରମାଗତ ତୃତୀୟ ଥର ପାଇଁ ଭାରତକୁ ଶୀର୍ଷ ସ୍ଥାନରେ ଦେଖି ଖୁସି ଲାଗୁଛି। ଆମ ଯୁବପିଢ଼ି ଇଣ୍ଟରନେଟ୍‌ଠାରୁ ବ୍ଲକ୍‌ଚେନ୍ ପର୍ଯ୍ୟନ୍ତ ନବସୃଜନକୁ ଲଗାତାର ଭାବେ ଗ୍ରହଣ କରୁଛନ୍ତି। ଭାରତରେ ୧୨,୦୦ରୁ ଅଧିକ ୱେବ୍‌୩ ଷ୍ଟାର୍ଟଅପ୍ ରହିଛି ଏବଂ ସେମାନେ ୩୦୦ କୋଟି ଡଲାରରୁ ଅଧିକ ପାଣ୍ଠି ହାସଲ କରିଛନ୍ତି। ଭାରତ ହେଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ୍‌ ବ୍ଲକ୍‌ଚେନ୍‌ ବିକାଶକାରୀ ରାଷ୍ଟ୍ର। ଏହାର ଭାଗ ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୩୦ ସୁଦ୍ଧା ଏହା ଦେଶରେ ୮,୦୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆଶା କରାଯାଉଛି ବୋଲି ଶ୍ରୀ ଗୁପ୍ତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe