ଡାଟା ବ୍ୟବହାରରେ ଭାରତ ଶୀର୍ଷରେ, ମାସକୁ ହାରାହାରି ୧୧ ଜିବି

ନେଟ୍‌ଫ୍ଲିକ୍ସ ଭଳି ଆପ୍‌ରେ ଦିନକୁ ୭୦ ମିନିଟ୍‌ ବିତୁଛି

ଡାଟା ବ୍ୟବହାରରେ ଭାରତ ଶୀର୍ଷରେ, ମାସକୁ ହାରାହାରି ୧୧ ଜିବି

ନୂଆଦିଲ୍ଲୀ: ଡାଟା ବ୍ୟବହାର କ୍ଷେତ୍ରରେ ବିଶ୍ବର ଅନ୍ୟ ସମସ୍ତ ଦେଶକୁ ପଛରେ ଛାଡ଼ି ଦେଇଛି ଭାରତ। ପ୍ରତି ଭାରତୀୟ ଗ୍ରାହକ ମାସକୁ ହାରାହାରି ୧୧ ଜିବି ଡାଟା ବ୍ୟବହାର କରୁଛନ୍ତି। ଡାଟା ବ୍ୟବହାର କ୍ଷେତ୍ରରେ ଆମେରିକା, ଚୀନ୍, ଫ୍ରାନ୍ସ, ଦକ୍ଷିଣ କୋରିଆ, ଜାପାନ, ଜର୍ମାନି ଓ ସ୍ପେନ୍‌କୁ ପଛରେ ପକାଇ ଦେଇଛି ଭାରତ।

ସୁଲଭ ମୂଲ୍ୟର ଡାଟା ପ୍ଲାନ୍ ଓ ହ୍ୟାଣ୍ଡସେଟ୍ ଏବଂ ୪ଜି ନେଟ୍‌ୱର୍କ ଯୋଗୁଁ ଭାରତରେ ଡାଟାର ବ୍ୟବହାର ବଢ଼ିଛି ବୋଲି ନୋକିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଭାରତରେ ବ୍ୟବହାର ହେଉଥିବା ୯୬% ଡାଟା ୪ଜି ହୋଇଥିବା ବେଳେ ୩ଜି ଡାଟାର ବ୍ୟବହାର ଦ୍ରୁତ ଗତିରେ ହ୍ରାସ ପାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏକ ଜିବି ଡାଟାକୁ ବ୍ୟବହାର କରି ଜଣେ ବ୍ୟକ୍ତି ପ୍ରାୟ ୨୦୦ ଗୀତକୁ ଷ୍ଟ୍ରିମ୍ କରିପାରିବେ କିମ୍ବା ଏକ ଘଣ୍ଟାର ଭିଡିଓ ଦେଖିପାରିବେ। ଏଚ୍‌ଡି ଭିଡିଓ ଦେଖିଲେ ଅଧିକ ଡାଟା ବ୍ୟବହାର ହେବ। ଭାରତରେ ବ୍ରଡ୍‌ବ୍ୟାଣ୍ଡ୍‌ ସାନ୍ଧ୍ରତା ମାତ୍ର ୪୭% ସ୍ତରରେ ରହିଛି। ଚୀନ୍‌ରେ ଏହି ହାର ୯୫% ହୋଇଥିବା ବେଳେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ୯୫-୧୧୫% ଭଳି ସ୍ତରରେ ରହିଛି। ଭାରତରେ ମୋବାଇଲ୍‌ରେ ଅଧିକ ଡାଟା ବ୍ୟବହାର ହେଉଛି। ନେଟ୍‌ଫ୍ଲିକ୍‌ସ ଓ ଆମାଜନ୍ ପ୍ରାଇମ୍ ଭଳି ଆପ୍‌ରେ ଭାରତୀୟମାନେ ଦିନକୁ ୭୦ ମିନିଟ୍‌ ବିତାଉଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe