Photograph: ( Newsx)
ମୁମ୍ବାଇ: ରବିବାର କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ ପାଇଁ ବିଜ୍ଞାପନ ଦର ହଠାତ୍ ବଢ଼ିଯାଇଛି। ଟିଭିରେ ଏହି ମ୍ୟାଚ୍ର ସିଧାପ୍ରସାରଣ ବେଳେ ଦର୍ଶକଙ୍କ ଆଗ୍ରହକୁ ଧ୍ୟାନରେ ରଖି ବିଜ୍ଞାପନ ଦର ଖୁବ୍ ଉଚ୍ଚା ହୋଇଛି। ଏପରିକି ୧୦ ସେକେଣ୍ଡ୍ର ଏକ ବିଜ୍ଞାପନ ପାଇଁ ଦର ୩୦ ଲକ୍ଷ ଟଙ୍କାରୁ ଆରମ୍ଭ କରି ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ସାଧାରଣ ସମୟରେ ଏହି ଅବଧିର ଟିଭି ବିଜ୍ଞାପନ ପାଇଁ ବିଜ୍ଞାପନଦାତାଙ୍କୁ ୨୦ ଲକ୍ଷ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୨୫ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ବିଜ୍ଞାପନ ଦର ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିବାରୁ ଏହି ଖେଳର ସିଧା ପ୍ରସାରଣ ଦାୟିତ୍ବ ନେଇଥିବା ଜିଓ ଷ୍ଟାର୍ ଟୁର୍ଣ୍ଣାମେଣ୍ଟରୁ ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରିବ ବୋଲି ଆକଳନ କରାଯାଇଛି।
Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ
ରବିବାର ହେବାକୁ ଥିବା ଏହି ମ୍ୟାଚ୍ ଦେଖିବାକୁ ଟିଭି ଦର୍ଶକ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଇବାର ସମ୍ଭାବନା ଅଛି, ସେହି ଦୃଷ୍ଟିରୁ କୌଣସି କର୍ପୋରେଟ୍ ସଂସ୍ଥା ବିଜ୍ଞାପନ ସୁଯୋଗ ହରାଇବାକୁ ଚାହୁନାହାନ୍ତି। ତେଣୁ କଂପାନିଗୁଡ଼ିକ ମଧ୍ୟରେ ବିଜ୍ଞାପନ ପାଇଁ ପ୍ରତିଯୋଗିତା ହଠାତ୍ ବଢ଼ିଯାଇଛି। ବିଶେଷକରି ଭାରତୀୟ ଅଟୋମୋବାଇଲ, ଏଫ୍ଏମ୍ସିଜି, ଆର୍ଥିକ ସେବା ପ୍ରଦାନକାରୀ ଓ ରିଅଲ୍ ଇଷ୍ଟେଟ୍ ସଂସ୍ଥାଗୁଡ଼ିକ ବିଜ୍ଞାପନ ପାଇଁ ତୀବ୍ର ପ୍ରତିଯୋଗିତା କରୁଛନ୍ତି। ଏପରିକି ସୁନା ଦର ସହିତ ବିଜ୍ଞାପନ ଦରକୁ ତୁଳନା କରାଯାଉଥିବା ମାର୍କେଟିଂ ସଂସ୍ଥା କୋମର୍ଜର ନିର୍ଦ୍ଦେଶକ କୁଶାଳ ସାଙ୍ଗଭି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ସିଧାସଳଖ ମ୍ୟାଚ୍ ଦେଖିବାକୁ ଚାହୁଛନ୍ତି ସେମାନଙ୍କ କଲମ୍ବୋ ଯାତ୍ରା ପାଇଁ ବିମାନ ଟିକଟ ଦର ମଧ୍ୟ ଯଥେଷ୍ଟ ବଢ଼ିଯାଇଛି।
Follow Us