Advertisment

Car Price: ୟୁରୋପୀୟ କାର ଶସ୍ତା ହେବ; ଆମଦାନୀ ଶୁଳ୍କ ୪୦%କୁ କମିବ

Advertisment

ୟୁରୋପୀୟ ସଂଘ (ଇୟୁ) ଅଧୀନରେ ଥିବା ଦେଶରୁ ଆମଦାନୀ ହେଉଥିବା କାର୍‌ ଉପରେ ଲଗାଯାଇଥିବା ୧୧୦ ପ୍ରତିଶତ ଶୁଳ୍କ ୪୦ ପ୍ରତିଶତକୁ ହ୍ରାସ ପାଇବ। ଭାରତ ଓ ଇୟୁ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ରାଜିନାମା‌ରେ କାର୍‌ ଶୁଳ୍କ କମ୍‌ କରିବା ବ୍ୟବସ୍ଥା ରହିଛି।

ୟୁରୋପୀୟ ସଂଘ (ଇୟୁ) ଅଧୀନରେ ଥିବା ଦେଶରୁ ଆମଦାନୀ ହେଉଥିବା କାର୍‌ ଉପରେ ଲଗାଯାଇଥିବା ୧୧୦ ପ୍ରତିଶତ ଶୁଳ୍କ ୪୦ ପ୍ରତିଶତକୁ ହ୍ରାସ ପାଇବ। ଭାରତ ଓ ଇୟୁ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ରାଜିନାମା‌ରେ କାର୍‌ ଶୁଳ୍କ କମ୍‌ କରିବା ବ୍ୟବସ୍ଥା ରହିଛି।

25bbs_50_25012026_112

ନୂଆଦିଲ୍ଲୀ: ୟୁରୋପୀୟ ସଂଘ (ଇୟୁ) ଅଧୀନରେ ଥିବା ଦେଶରୁ ଆମଦାନୀ ହେଉଥିବା କାର୍‌ ଉପରେ ଲଗାଯାଇଥିବା ୧୧୦ ପ୍ରତିଶତ ଶୁଳ୍କ ୪୦ ପ୍ରତିଶତକୁ ହ୍ରାସ ପାଇବ। ଭାରତ ଓ ଇୟୁ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ରାଜିନାମା‌ରେ କାର୍‌ ଶୁଳ୍କ କମ୍‌ କରିବା ବ୍ୟବସ୍ଥା ରହିଛି। ଏହା ହେଲେ ୟୁରୋପୀୟ କାର୍‌ଗୁଡ଼ିକ ଭାରତୀୟ ବଜାର‌ରେ ଆହୁରି କମ୍‌ ଦାମ୍‌ରେ ଉପଲବ୍ଧ ହୋଇପାରିବ। ଇୟୁ ଅଧୀନରେ ୨୭ଟି ରାଷ୍ଟ୍ର ରହିଛନ୍ତି।

ଏହି ଦେଶଗୁଡ଼ିକରୁ ଆମଦାନୀ ହେଉଥିବା ୧୫,୦୦୦ ୟୁରୋରୁ ଅଧିକ ମୂଲ୍ୟର କାର୍‌ ଉପରୁ ଶୁଳ୍କ କମ୍‌ କରିବାକୁ ଭାରତ ରାଜି ହୋଇଛି। ଭବିଷ୍ୟତରେ ଶୁଳ୍କକୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ମଧ୍ୟ ଉଭୟ ପକ୍ଷ ସହମତ ହୋଇଛି। ଏହି ରାଜିନାମା ଦ୍ବାରା ରେନୋ, ଷ୍ଟେଲାଣ୍ଟିସ୍‌, ଫକ୍ସୱାଗନ, ମର୍ସିଡିସ୍‌-ବେଞ୍ଜ ଓ ବିଏମ୍‌ଡବ୍ଲ୍ୟୁ ଭଳି କାର୍‌ ବ୍ରାଣ୍ଡ୍‌ ଉପକୃତ ହେବେ। ଭାରତ-ଇୟୁ ବାଣିଜ୍ୟ ରାଜିନାମାକୁ ବିଶ୍ବର ଶ୍ରେଷ୍ଠ ରାଜିନାମା ଭାବେ ବିଚାର କରାଯାଉଛି। ଆମେରିକା ଓ ଚୀନ ପରେ ଭାରତ ହେଉଛି ବିଶ୍ବର ତୃତୀୟ ବଡ଼ କାର୍‌ ବଜାର। କିନ୍ତୁ ଭାରତରେ ସ୍ଥାନୀୟ ଅଟୋମୋବାଇଲ୍‌ ଶିଳ୍ପକୁ ସୁରକ୍ଷା ପ୍ରଦାନ କରିବା ଲାଗି କଠୋର ବ୍ୟବସ୍ଥା ରହିଛି। ବିଦେଶୀ କାର୍‌ ଉପରେ ୭୦ ପ୍ରତିଶତରୁ ୧୧୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଶୁଳ୍କ ଲାଗୁ କରଯାଇଛି। ଭାରତର ଏଭଳି ଟିକସ ନୀତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଟେସ୍‌ଲା ପ୍ରତିଷ୍ଠାତା ଏଲନ ମସ୍କ ନିୟମିତ ବ୍ୟବଧାନରେ ବି‌ରୋଧ କରୁଛନ୍ତି।

ଆହୁରି ପଢ଼ନ୍ତୁ: Cricket: ସିକେ ନାୟୁଡୁ ଟ୍ରଫି: ଓଡ଼ିଶାର ବିଜୟ ସମ୍ଭାବନା

ପ୍ରତିବର୍ଷ ୟୁରୋପର ୨ ଲକ୍ଷ କାର୍‌ ପାଇଁ ଆମଦାନୀ ଶୁଳ୍କ ୪୦ ପ୍ରତିଶତକୁ ହ୍ରାସ କରିବା ଲାଗି ଭାରତ ପ୍ରସ୍ତାବ ଦେଇଛି। ଅଟୋମୋବାଇଲ୍‌ ଶିଳ୍ପକୁ ବିଦେଶୀ ନିବେଶକମାନଙ୍କ ଲାଗି ଖୋଲିବା ପାଇଁ ଭାରତର ଏହା ହେଉଛି ଏକ ବଳିଷ୍ଠ ପଦକ୍ଷେପ। ତେବେ ଏହି ପ୍ରସ୍ତାବରେ ଇଲେକ୍ଟ୍ରିକ ଯାନକୁ ସାମିଲ କରାଯାଇନାହିଁ। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ଟାଟା ମୋଟର୍ସ ଭଳି ସ୍ଥାନୀୟ ଗାଡ଼ି ନିର୍ମାତାମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଇଭି ଆମଦାନୀ ଉପରେ ସେହି ସୁବିଧା ମିଳିବ ନାହିଁ। ଏହି ଅବଧି ଶେଷ ହେବା ପରେ ଇଭି ଉପରେ ଶୁଳ୍କ ୪୦ ପ୍ରତିଶତକୁ ହ୍ରାସ ପାଇବ। ଭାରତରେ ବର୍ଷକୁ ୪୪ ଲକ୍ଷରୁ ଅଧିକ କାର୍‌ ବିକ୍ରି ହେଉଥିବା ବେଳେ ସେଥିରେ ୟୁରୋପୀୟ ବ୍ରାଣ୍ଡ୍‌ଗୁଡ଼ିକର ଭାଗ ମାତ୍ର ୪ ପ୍ରତିଶତ ରହିଛି। ଜାପାନର ମାରୁତି ସୁଜୁକି ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଟାଟା ଭଳି ସ୍ଥାନୀୟ କମ୍ପାନିର କାର୍‌ ଅଧିକ ବିକ୍ରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe