ଡ୍ରୋନ୍‌ରେ ପାର୍ସଲ୍‌ ପଠାଇଲା ଡାକ ବିଭାଗ

Advertisment
ଡ୍ରୋନ୍‌ରେ ପାର୍ସଲ୍‌ ପଠାଇଲା ଡାକ ବିଭାଗ

Times of India - Indiatimes.com

ଅହମ୍ମଦାବାଦ: ଡାକ ବିଭାଗ ପକ୍ଷରୁ ଡ୍ରୋନ୍ ବ୍ୟବହାର କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପାର୍ସଲ ପଠାଯାଇଛି। ଗୁଜରାଟର କଚ୍ଛ୍‌ ଜିଲ୍ଲାରେ ଏହି ପରୀକ୍ଷା କରାଯାଇଥିଲା। ପାର୍ସଲ୍‌ଟି ୨୫ ମିନିଟ୍‌ରେ ୪୬ କିମି ଯାତ୍ରା କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ଅଧୀନରେ ଡାକ ବିଭାଗ ଏହି ପରୀକ୍ଷଣ କରିଥିଲା। ଦେଶରେ ପ୍ରଥମ ଥର ଲାଗି ଡ୍ରୋନ୍‌ ଜରିଆରେ ପାର୍ସଲ୍ ପ୍ରେରଣ କରାଯାଇଛି। ଏହି ପରୀକ୍ଷଣରେ ଡ୍ରୋନ୍‌ରେ ପାର୍ସଲ ପଠାଇବାରେ ଲାଗୁ ଥିବା ଖର୍ଚ୍ଚ, ଦୁଇ ସ୍ଥାନର ଭୌଗୋଳିକ ସ୍ଥିତି ଓ ଷ୍ଟାଫ୍‌ମାନଙ୍କ ମଧ୍ୟରେ ସମନ୍ବୟ ଆଦିକୁ ଡାକ ବିଭାଗ ପରଖିଥିଲା। ଯଦି ବାଣିଜ୍ୟିକ ଦୃଷ୍ଟିକୋଣରୁ ଏହା ସଫଳ ହେ‌ବ ତେବେ ଡ୍ରୋନ୍ ଜରିଆରେ ପାର୍ସଲ୍ ପଠାଇବା ଏକ ସ୍ବାଭାବିକ ଘଟଣାରେ ପରିଣତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe