ଚୀନ୍‌ରୁ ରଙ୍ଗିନ ଟେଲିଭିଜନ୍ ସେଟ୍ ଆମଦାନି ଉପରେ କଟକଣା ଜାରି କଲେ ଭାରତ ସରକାର

Advertisment
ଚୀନ୍‌ରୁ ରଙ୍ଗିନ ଟେଲିଭିଜନ୍ ସେଟ୍ ଆମଦାନି ଉପରେ କଟକଣା ଜାରି କଲେ ଭାରତ ସରକାର

Image Courtesy of Zee News

ନୂଆଦିଲ୍ଲୀ: ଚୀନ୍‌ରୁ ରଙ୍ଗିନ ଟେଲିଭିଜନ୍ ସେଟ୍ ଆମଦାନି କରିବା ଉପରେ ଭାରତ ସରକାର କଟକଣା ଜାରି କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ‘ଭୋକାଲ୍ ଫର୍ ଲୋକାଲ୍‌’ ସହ ତାଳ ଦେଇ ସ୍ବଦେଶୀ ଉତ୍ପାଦନ ବୃଦ୍ଧି କରାଇବା ଏ ଭଳି ପଦକ୍ଷେପର ଉଦ୍ଦେଶ୍ୟ ବୋଲି କୁହାଯାଉଛି।

ଗୁରୁବାର ଦିନ ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍’ (ଡିଜିଏଫ୍‌ଟି)ଏହି କଟକଣା ଜାରି କରିଛନ୍ତି। ‘ଡିଜିଏଫ୍‌ଟି’ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ଅବାଧ’ ଥିବା ରଙ୍ଗିନ ଟେଲିଭିଜନ୍ ସେଟ୍ ଆମଦାନୀ ନୀତିକୁ ସଂଶୋଧନ କରାଯାଇ ‘କଟକଣାଯୁକ୍ତ’ କରାଯାଇଛି। ଏହାର ଅର୍ଥ କେତେକ ବର୍ଗର ଟେଲିଭିଜନ୍ ଆମଦାନି ପାଇଁ ସରକାରଙ୍କ ଠାରୁ ଲାଇସେନ୍‌ସ୍ ଆବଶ୍ୟକ ହେବ।

‘ଡିଜିଏଫ୍‌ଟି’ର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତର ୧୫, ୦୦୦ କୋଟି ଟଙ୍କାର ଟେଲିଭିଜନ୍ ଶିଳ୍ପ ରହିଛି ଏବଂ ସେଥିରୁ ୩୬%ରୁ ଅଧିକ ମୂଳତଃ ଚୀନ୍ ଏବଂ ଦକ୍ଷିଣ ପୂର୍ବ ଏସିଆରୁ ଆମଦାନି ହେଉଛି।

publive-image Image Courtesy of Hindustan Times

ଭାରତ ସହ ମୁକ୍ତ ବାଣିଜ୍ୟ ରାଜିନାମା ଥିବା କେତେକ ଦେଶ ଜରିଆରେ ମଧ୍ୟ ଚୀନ୍ ନିର୍ମିତ ଟେଲିଭିଜନ୍‌ ସେଟ୍ ଭାରତକୁ ଆସୁଛି। ଘୋଷିତ କଟକଣା ବଳରେ ଏହି ବେଆଇନ ବାଣିଜ୍ୟକୁ ମଧ୍ୟ ରୋକାଯାଇ ପାରିବ। ଚୀନ୍ ବ୍ୟତୀତ, ଭିଏତନାମ, ମାଲେସିଆ, ହଙ୍ଗ୍‌ କଙ୍ଗ୍, କୋରିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ଜର୍ମାନି ମଧ୍ୟ ପ୍ରମୁଖ ରଙ୍ଗିନ ଟେଲିଭିଜନ୍ ରପ୍ତାନିକାରି ଅଟନ୍ତି।

‘ଆସିଆନ୍ ଇଣ୍ଡିଆ ଏଫ୍‌ଟିଏ’ର ସୁଯୋଗ ନେଇ ସ୍ବଳ୍ପ ବା ବିନା ଟିକସରେ ଏଭଳି ଅନେକ ସାମଗ୍ରୀ ଭାରତୀୟ ବଜା‌ରରେ ପ୍ରବେଶ କରି ଆମ ସ୍ବଦେଶୀ ଶିଳ୍ପର କ୍ଷତି କରୁଛି। ଟିକସ ପରିମାଣ ବୃଦ୍ଧି କରି ଏଭଳି ଆମଦାନିକୁ ନିୟନ୍ତ୍ରଣ କରି ହେବନାହିଁ। ତେଣୁ, ସରକାର ଆମଦାନି ଉପରେ କଟକଣା ଲାଗୁ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe