ଭାରତ ବିଶ୍ୱର ଷଷ୍ଠ ଧନୀ ଦେଶ:ଶୀର୍ଷରେ ଆମେରିକା, ଦ୍ୱିତୀୟରେ ଚୀନ୍‌

Advertisment
ଭାରତ ବିଶ୍ୱର ଷଷ୍ଠ ଧନୀ ଦେଶ:ଶୀର୍ଷରେ ଆମେରିକା, ଦ୍ୱିତୀୟରେ ଚୀନ୍‌

ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ୱର ଷଷ୍ଠ ବିତ୍ତଶାଳୀ ରାଷ୍ଟ୍ର। ଭାରତର ସମ୍ପତ୍ତି ପରିମାଣ ହେଉଛି ୮୨୩୦ ବିଲିଅନ ଡଲାର ବୋଲି ‘ନିଉ ଓ୍ଵାର୍ଲଡ୍‌ େଓ୍ଵଲଥ୍‌’ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଆମେରିକା ଏହି ତାଲିକାର ଶୀର୍ଷ ସ୍ଥାନରେ ରହିିଛି।
ଆମେରିକାର ସମ୍ପତ୍ତି ପରିମାଣ ହେଉଛି ୬୪,୫୮୪ ବିଲିଅନ ଡଲାର। ୨୪,୮୦୩ ବିଲିଅନ ଡଲାର ସମ୍ପତ୍ତି ସହ ଚୀନ୍‌ ଦ୍ୱିତୀୟ ଏବଂ ୧୯,୫୨୨ ବିଲିଅନ ଡଲାର ସମ୍ପତ୍ତି ସହିତ ଜାପାନ ତାଲିକାର ତୃତୀୟ ସ୍ଥାନରେ ରହିଛି। ବିଭିନ୍ନ ଦେଶରେ ବାସ କରୁଥିବା ଲୋକମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଲୋକମାନଙ୍କ ପାଖରେ ଥିବା ସବୁ ପ୍ରକାର ସମ୍ପତ୍ତି ଯଥା ନଗଦ ଅର୍ଥରାଶି, ଇକ୍ୱିଟି ଏବଂ ବ୍ୟବସାୟ ସ୍ୱାର୍ଥକୁ ଏହି ରିପୋର୍ଟରେ ସାମିଲ କରାଯାଇଛି। ତାଲିକାର ଚତୁର୍ଥରୁ ଦଶମ ସ୍ଥାନରେ ଭିତରେ ବ୍ରିଟେନ୍‌, ଜର୍ମାନି, ଫ୍ରାନ୍ସ, କାନାଡା, ଅଷ୍ଟ୍ରେଲିଆ ଏବଂ ଇଟାଲି ଆଦି ଦେଶ ରହିଛନ୍ତି।

ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପତ୍ତି ପରିମାଣ ବଢ଼ାଇବାରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଛି। ୨୦୧୭ରେ ଭାରତର ସମ୍ପତ୍ତି ପରିମାଣ ୬୫୮୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୮୨୩୦ କୋଟି ଟଙ୍କା ହୋଇଛି। ସମ୍ପତ୍ତି ବଢ଼ାଇବାରେ ଭାରତ ୨୫% ବୃଦ୍ଧି ହାସଲ କରିଛି। ୨୦୦୭ରେ ଭାରତର ମୋଟ ସମ୍ପତ୍ତି ପରିମାଣ ୩୧୬୫ ବିଲିଅନ ଡଲାର ଥିଲା। ୨୦୧୭ ବେଳକୁ ସେଥିରେ ୧୬୦% ବୃଦ୍ଧି ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ୧ ନିୟୁତ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ଥିବା ଲୋକଙ୍କ ସଂଖ୍ୟା ହେଉଛି ୩,୩୦,୪୦୦। ଏଭଳି ଧନୀଙ୍କ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତକୁ ନବମ ସ୍ଥାନ ମିଳିଛି। ଭାରତରେ ୨୦,୭୩୦ ଜଣ ମଲଟି-ମିଲିଓନେୟାର ଏବଂ ୧୧୯ ଜଣ ବିଲିଓନେୟାର+ ଧନୀ ରହିଛନ୍ତି।
ସାରା ବିଶ୍ୱର ସମ୍ପତ୍ତି ପରିମାଣ ୧୨% ବଢ଼ିଥିବା ବେଳେ ଚୀନ୍‌ର ସମ୍ପତ୍ତି ୨୨% ବଢ଼ିଛି। ବିଶ୍ୱର ମୋଟ ସମ୍ପତ୍ତି ପରିମାଣ ୨୧୫ ଟ୍ରିଲିଅନ୍‌ ଡଲାର ହୋଇଛି। ଏକ ଟ୍ରିଲିଅନ୍‌ ଏକ ଲକ୍ଷ କୋଟି ସହ ସମାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe