ଭାରତ ସିରିଜ ଗାଡ଼ି ପଞ୍ଜୀକରଣ ଆଜିଠାରୁ

Advertisment
ଜୁନ୍‌ରେ ଗାଡ଼ି ବିକ୍ରି ୧୦% ବଢ଼ିଲା

IndiaTV News

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଭାରତ (ବିଏଚ୍‌) ସିରିଜ୍ ଗାଡ଼ି ପଞ୍ଜୀକରଣ ସୁବିଧା ଉପଲବ୍ଧ ହେବ। ବିଭିନ୍ନ ରାଜ୍ୟକୁ ବାରମ୍ବାର ବଦଳି ହେବା ଯୋଗୁଁ ହଇରାଣ ହେଉଥିବା କର୍ମଚାରୀମାନେ ଏହା ଦ୍ବାରା ଉପକୃତ ହେବେ। ଗାଡ଼ି କିଣୁଥିବା ଲୋକ ଏଣିକି ଭାରତ ସିରିଜ୍ ନମ୍ବର ନେଇପାରିବେ । ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ରୁ ଅଧିକ ରାଜ୍ୟରେ ଅଫିସ୍ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ଉପଲବ୍ଧ କରିପାରିବେ। ବେସରକାରୀ ସଂସ୍ଥାର ଅଧିକାରୀଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ପରିବହନ ୱେବସାଇଟ୍‌ରେ ଫର୍ମ ୬୦ ଭରିବାକୁ ପଡିବ। ସରକାରୀ କର୍ମଚାରୀ ନିଜର ପରିଚୟପତ୍ର ଦେଇ ଭାରତ ସିରିଜ୍‌ ପାଇଁ ଆବେଦନ କରିପାରିବେ ।

ଭାରତ ସିରିଜ୍ ନମ୍ବର ନେଲେ ଥରକୁ ୨ ବର୍ଷର ସଡ଼କ ଟିକସ ଲାଗିବ । ସଡ଼କ ଟିକସ ପାଇଁ ଭିନ୍ନ ଭିନ୍ନ ସ୍ଲାବ ରହିଛି। ୧୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଗାଡ଼ି ପାଇଁ ୮ ପ୍ରତିଶତ, ୧୦-୨୦ ଲକ୍ଷ ଟଙ୍କା ମଧ୍ୟରେ ଥିବା ଗାଡ଼ି ପାଇଁ ୧୦% ଓ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗାଡ଼ି ପାଇଁ ୧୨% ହାରରେ ସଡ଼କ ଟିକସ ସଂଗ୍ରହ କରାଯିବ। ବିଏଚ୍ ସିରିଜ୍ ନମ୍ବର କମ୍ପ୍ୟୁଟର ମାଧ୍ୟମରେ ଦିଆଯିବ। ବିଭିନ୍ନ ରାଜ୍ୟକୁ ବାରମ୍ବାର ବଦଳି ହେଉଥିବା କର୍ମଚାରୀମାନେ ପୂର୍ବରୁ ଗାଡ଼ି ପଞ୍ଜୀକରଣକୁ ନେଇ ‌ବହୁତ ହଇରାଣ ହେଉଥିଲେ। ଏହି ପ୍ରକ୍ରିୟା ବେଶ ଜଟିଳ ଥିଲା। ତେଣୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗାଡ଼ି ନେଇ ସେଠାରେ ଚଲାଇବା ଏକ କଷ୍ଟକର ବ୍ୟାପାର ଥିଳା। ଭାରତ ସିରିଜ୍ ପଞ୍ଜୀକରଣ ଦ୍ବାରା ସେହି ସବୁ କର୍ମଚାରୀମାନେ ହଇରାଣ ହେବାରୁ ମୁକ୍ତି ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe