ସମୁଦ୍ରରୁ ଖଣି ଖନନ କରିବ ଭାରତ: ୧୩ ଖଣିର ନିଲାମ ଆରମ୍ଭ

ସମୁଦ୍ର ଭିତରେ ଥିବା ଖଣିରୁ ଗୁରୁତ୍ବପୂର୍ଣ୍ଣ ଧାତବ ସାମଗ୍ରୀ ଉତ୍ତୋଳନ ହେବ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୩ଟି ଖଣିର ନିଲାମ ପ୍ରକ୍ରିୟା ନିକଟରେ ଆରମ୍ଭ କରିଛନ୍ତି। ଏହାଦ୍ବାରା ଭାରତର ଜଳସୀମା ମଧ୍ୟରେ ଥିବା ଖଣିଜ ସାମଗ୍ରୀର ଖନନ ଦିଗରେ ଭାରତ ପଦକ୍ଷେପ ‌ନେବା ଆରମ୍ଭ କରିଛି।

saaaa

Morung Express

ନୂଆଦିଲ୍ଲୀ: ସମୁଦ୍ର ଭିତରେ ଥିବା ଖଣିରୁ ଗୁରୁତ୍ବପୂର୍ଣ୍ଣ ଧାତବ ସାମଗ୍ରୀ ଉତ୍ତୋଳନ ହେବ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୩ଟି ଖଣିର ନିଲାମ ପ୍ରକ୍ରିୟା ନିକଟରେ ଆରମ୍ଭ କରିଛନ୍ତି। ଏହାଦ୍ବାରା ଭାରତର ଜଳସୀମା ମଧ୍ୟରେ ଥିବା ଖଣିଜ ସାମଗ୍ରୀର ଖନନ ଦିଗରେ ଭାରତ ପଦକ୍ଷେପ ‌ନେବା ଆରମ୍ଭ କରିଛି। ଉକ୍ତ ନିଲାମକୁ କେନ୍ଦ୍ର ଖଣି ମନ୍ତ୍ରୀ ଜି କିଶାନ ରେଡ୍ଡିଙ୍କ ସମେତ ମନ୍ତ୍ରାଳୟର ଅନ୍ୟ ଅଧିକାରୀମାନେ ଆରମ୍ଭ କରିଛନ୍ତି। 

ଭାରତର ସମୁଦ୍ରରେ ଥିବା ଅର୍ଥନୈତିକ ସାମଗ୍ରୀକୁ ଦେଶର ବିକାଶ ଦିଗରେ ଉପଯୋଗ କରାଯାଇ ପାରିବ। ଏଥିସହିତ ବିକଶିତ ଭାରତ ଯାତ୍ରାରେ ଏହା ଏକ ଅଂଶବିଶେଷ ପାଲଟିବ। ବିଶ୍ବର ଅନେକ ଦେଶ ସମୁଦ୍ରରେ ଖଣି ଖନନ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଭାରତ ଏଥିରେ ସାମିଲ ହେବ। ବ୍ୟବସାୟକୁ ସହଜ କରିବା ପାଇଁ ଖଣି ମନ୍ତ୍ରାଳୟ ଅନେକ ପଦକ୍ଷେପ ନେଉଛି ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି। 
ସମୁଦ୍ରରୁ ସାମଗ୍ରୀ ଉତ୍ତୋଳନ କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ ହେଲା। ଭାରତରେ ଇଇଜେଡ୍‌ (ଏକ୍ସକ୍ଲୁସିଭ ଇକୋନୋମିକ୍‌ ଜୋନ୍‌)ରେ ଥିବା ଖଣିଜସାମଗ୍ରୀଗୁଡ଼ିକ ଭିତ୍ତିଭୂମି, ବିଦ୍ୟୁତ ଯାନ ଏବଂ ଅକ୍ଷୟ ଶକ୍ତି, ଆଦି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶଳ ଦିଗରେ ଆଗକୁ ନେବ। ଭାରତର ଇଇଜେଡ୍‌ ୨ ନିୟୁତ ବର୍ଗ କିଲୋମିଟର ପରିବ୍ୟାପ୍ତ ହୋଇଥିବାବେଳେ ଏଥିରେ ବିପୁଳ ଖଣିଜ ସାମଗ୍ରୀ ରହିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe