୧୫ ବର୍ଷ ପରେ ବ୍ରାଜିଲ୍‌କୁ ହଟାଇ ଆରବ ଦେଶକୁ ଅଗ୍ରଣୀ ଖାଦ୍ୟ ଯୋଗାଣକାରୀ ଦେଶ ହେଲା ଭାରତ

Advertisment
୧୫ ବର୍ଷ ପରେ ବ୍ରାଜିଲ୍‌କୁ ହଟାଇ ଆରବ ଦେଶକୁ ଅଗ୍ରଣୀ ଖାଦ୍ୟ ଯୋଗାଣକାରୀ ଦେଶ ହେଲା ଭାରତ

Image Courtesy of Flipboard

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବାଣିଜ୍ୟ ଧାରାରେ ବିଘ୍ନ ସୃଷ୍ଟି କରିବା ସତ୍ତ୍ବେ ୨୦୨୦ରେ ଆରବ ଦେଶ ସମୂହକୁ ଖାଦ୍ୟ ରପ୍ତାନି କରିବାରେ ଭାରତ ବ୍ରାଜିଲ୍‌କୁ ଟପି ଯାଇଥିବା କଥା ମଙ୍ଗଳବାର ଦିନ ‘ଆରବ-ବ୍ରାଜିଲ୍‌ ଚେମ୍ବର୍‌ ଅଫ୍‌ କମର୍ସ’ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛି।

ବ୍ରାଜିଲ୍‌ର ସବୁଠୁ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଆରବ ରାଷ୍ଟ୍ରସମୂହ ଅନ୍ତର୍ଭୁକ୍ତ ଅଟନ୍ତି। କିନ୍ତୁ, ମହାମାରୀ ବୈଶ୍ବିକ ପରିବହନ ବ୍ୟବସ୍ଥାକୁ ଛାରଖାର କରିଦେବାରୁ ବ୍ରାଜିଲ୍‌ ଏତେ ଦୂର ଦେଶମାନଙ୍କୁ ଖାଦ୍ୟ ରପ୍ତାନି କରିପାରିଲା ନାହିଁ।

ପ୍ରାପ୍ତ ତଥ୍ୟ ଅନୁସାରେ, ଗତବର୍ଷ ୨୨ ଆରବୀୟ ରାଷ୍ଟ୍ରସମୂହ ବ୍ରାଜିଲ୍‌ରୁ ସମୁଦାୟ ୮.୧୫% କୃଷିଭିତ୍ତିକ ବାଣିଜ୍ୟ ଉତ୍ପାଦ ଆମଦାନି କରିଛି। କିନ୍ତୁ, ବ୍ରାଜିଲ୍‌ର ୧୫ ବର୍ଷର ସୁବିଧାସୁଯୋଗକୁ ଟପି ଭାରତ ଆରବ ରାଷ୍ଟ୍ରସମୂହ ସହ ୮.୨୫% ବାଣିଜ୍ୟ ଅକ୍ତିଆର କରିବାରେ ସମର୍ଥ ହୋଇଛି।

publive-image Image Courtesy of Nasdaq

ଗତାନୁଗତିକ ଜାହାଜ ଚଳାଚଳ ପଥରେ ବ୍ୟାଘାତ ଯୋଗୁଁ ସିଧାସଳଖ ଉତ୍ପାଦନକାରଙ୍କ ଦରରେ ଉତ୍ପାଦ ଯୋଗାଇ ଦେବାକୁ ପ୍ରତିଦ୍ବନ୍ଦ୍ବିତା କରି ମଧ୍ୟ ବ୍ରାଜିଲ୍‌ ଭାରତ ଏବଂ ତୁର୍କୀ, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍‌ସ୍‌ ଏବଂ ଆର୍ଜେଣ୍ଟିନା ଭଳି ଅନ୍ୟ ରପ୍ତାନିକାରୀଙ୍କ ନିକଟରେ ହାର ମାନିଛି।

ଚେମ୍ବର୍‌ କହିବା ଅନୁସାରେ, ଏକଦ‌େ ବ୍ରାଜିଲ୍‌ ଜାହାଜ ସବୁ ସାଉଦି ଆରବରେ ପହଞ୍ଚିବାକୁ ୩୦ ଦିନ ଲାଗୁଥିଲା ବେଳେ ଏବେ ୬୦ ଦିନ ଲାଗୁଛି। କିନ୍ତୁ, ଭୌଗୋଳିକ ଅବସ୍ଥିତି ସୁବିଧା ଯୋଗୁଁ ଭାରତର ଫଳ, ପନିପରିବା, ଚିନି, ଖାଦ୍ୟଶସ୍ୟ ଓ ମାଂସ ମାତ୍ର ସପ୍ତାହକ ଭିତରେ ସେ ଦେଶସମୂହରେ ପହଞ୍ଚିପାରୁଛି।

ଗତବର୍ଷ ‘ଆରବ ଲିଗ୍‌’କୁ ବ୍ରାଜିଲ୍‌ର କୃଷିଜାତ ରପ୍ତାନି ୧.୪% ବୃଦ୍ଧି ପାଇ ୮.୧୭ ବିଲିୟନ୍‌ ଡଲାର୍‌ରେ ପହଞ୍ଚିଥିଲା। ପରିବହନ ସମସ୍ୟା ଥମିଯିବା ପରେ ଚଳିତ ବର୍ଷ ଜାନୁଆରି ରୁ ଅକ୍ଟୋବର ମଧ୍ୟରେ ସମୁଦାୟ ବିକ୍ରି ହୋଇଛି ୬.୭୮ ବିଲିୟନ୍‌ ଡଲାର୍‌।

ମହାମାରୀ କାଳରେ ଚୀନ୍‌ ତା’ର ଖାଦ୍ୟସୂଚୀ ପ୍ରସାର ବୃଦ୍ଧି ନିମନ୍ତେ ଉଦ୍ୟମ କରିବାରୁ ମଧ୍ୟ ଆରବ ସହ ବ୍ରାଜିଲ୍‌ର ବାଣିଜ୍ୟ ଦଗ୍‌ଭ୍ରଷ୍ଟ ହୋଇଥିଲା। ଏହି ସମୟ ମଧ୍ୟରେ ବିକଳ୍ପ ଯୋଗାଣକାରୀମାନଙ୍କର ସନ୍ଧାନ ନେବା ସହ ନିଜସ୍ବ ଖାଦ୍ୟ ଉତ୍ପାଦନର ପ୍ରସାର ପାଇଁ ମଧ୍ୟ ସାଉଦି ଆରବ ଅଗ୍ରସର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe