ନୂଆଦିଲ୍ଲୀ: ବାଣିଜ୍ୟ ରାଜିନାମାକୁ ନେଇ ଖୁବ୍ଶୀଘ୍ର ଭାରତ ଓ ଆମେରିକା ମିଳିତ ବିବୃତ୍ତି ଜାରି କରିବେ ବୋଲି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଗୋଟିଏ ପରେ ଗୋଟିଏ ବାଣିଜ୍ୟ ରାଜିନାମାକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଗୋୟଲ ରାଜିନାମାକୁ ନେଇ ପ୍ରକାଶ ପାଇଥିବା ଆଶଙ୍କା ଉପରେ ମନ୍ତବ୍ୟ ଦେଇ କୃଷିଜାତ ଓ ଦୁଗ୍ଧଜାତ କ୍ଷେତ୍ରର ସ୍ବାର୍ଥ ସୁରକ୍ଷିତ ଥିବା କହିଛନ୍ତି। ଆମେରିକା ସହ ରାଜିନାମା କରିଥିବା ଅଧିକାଂଶ ଦେଶଠାରୁ ଭାରତ ଭଲ ଡିଲ୍ ପାଇଥିବା ସେ ଜଣାଇଛନ୍ତି।ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଲେ, ପାଲଟା ଶୁଳ୍କ ଆମର ଅନେକ କ୍ଷେତ୍ରକୁ ପ୍ରଭାବିତ କରିଥିଲା। ଆମେ ମାସ ମାସ ଧରି ଆଲୋଚନା ଜାରି ରଖିଥିଲୁ। ଆମ ଶିଳ୍ପ ଜଗତଠାରୁ ଆରମ୍ଭ କରି କୃଷି, ସାମୁଦ୍ରିକ ଉତ୍ପାଦ ଓ ବୟନ କ୍ଷେତ୍ର ଆଦି ଚାପରେ ଥିଲେ।
Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ
ଶେଷରେ ଭାରତ ନିଜ ପ୍ରତିଦ୍ବନ୍ଦ୍ବୀ ଦେଶଗୁଡ଼ିକ ତୁଳନାରେ ଭଲ ଫଳ ହାସଲ କରିଛି। ଆମେରିକା ସହ ହେବାକୁ ଯାଉଥିବା ରାଜିନାମା ଦ୍ବାରା ଏମ୍ଏସ୍ଏମ୍ଇ, ଏସ୍ଏମ୍ଇ, ଇଞ୍ଜିନିୟରିଂ ବିନିର୍ମାଣ, ବୟନ ଓ ସାମୁଦ୍ରିକ କ୍ଷେତ୍ର ଉପକୃତ ହେବ। ଏହା କମ୍ପାନିଗୁଡ଼ିକ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ଗତକାଲି ରାତିରେ ରାଜିନାମା ଚୂଡ଼ାନ୍ତ ହୋଇଥିଲା ବୋଲି ସେ କହିଛନ୍ତି।ଏଥିପାଇଁ ସବୁ ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି। ଏହି ରାଜିନାମାକୁ ଦୀର୍ଘଦିନ ଧରି ଲୋକମାନେ ଅପେକ୍ଷା କରିଥିଲେ। ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜିନାମା ହୋଇଛି। ସମସ୍ତେ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଥିବା େସ କହିଛନ୍ତି।
Education: ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ
ଆଜି ସଂସଦରେ ବିରୋଧୀ ଦଳଗୁଡ଼ିକ ଭାରତ-ଆମେରିକା ରାଜିନାମା ଉପରେ ଆଲୋଚନା ଦାବି କରି କକ୍ଷତ୍ୟାଗ କରିବାର କିଛି ସମୟ ପରେ ଗୋୟଲ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ବିତର୍କରେ ଭାଗ ନେବା ପରିବର୍ତ୍ତେ ବିରୋଧୀମାନେ ନିରାଶ ହୋଇପଡ଼ିଥିବା ସେ କହିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳଗୁଡ଼ିକ କରିଥିବା ଆଚରଣକୁ ସେ ସମାଲୋଚନା କରିଥିଲେ। ରାଜିନାମାକୁ ନେଇ ରାହୁଲ ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଥିବା ସେ କହିଥିଲେ। କାହିଁକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ରାଜିନାମା ସମ୍ପର୍କରେ ସୂଚନା ଦେଲେ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ ଆମେରିକା ଆମ ଉପରେ ଶୁଳ୍କ ଲଗାଇଥିଲା। ସେମାନେ ଶୁଳ୍କ କମାଇଥିବାରୁ ତାଙ୍କ ଆଡ଼ୁ ଘୋଷଣା କଲେ। ତେବେ ରାହୁଲ ଅଭିଯୋଗ କରିଛନ୍ତି ଯେ ଚାପରେ ପଡ଼ି ମୋଦୀ ଏହି ରାଜିନାମାରେ ସହମତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/04/dhadgdagdgd-2026-02-04-02-25-32.jpg)