ଜି-୨୦ ଦେଶ ଭିତରେ ଆ‌ଗରେ ରହିବ ଭାରତ, ୨୦୨୦-୨୧ରେ ୭.୪% ଅଭିବୃଦ୍ଧି ହେବ

Advertisment

ମୁଦ୍ରାସ୍ଫୀତି ୪% ତଳକୁ ଖସିବ

ମୁଦ୍ରାସ୍ଫୀତି ୪% ତଳକୁ ଖସିବ

ଜି-୨୦ ଦେଶ ଭିତରେ ଆ‌ଗରେ ରହିବ ଭାରତ, ୨୦୨୦-୨୧ରେ ୭.୪% ଅଭିବୃଦ୍ଧି ହେବ

ମୁମ୍ବାଇ: ଦେଶର ଅର୍ଥନୀତିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁନେଲି ଆଶା ଦେଖାଇଛନ୍ତି। କରୋନା ସଙ୍କଟର ପରବର୍ତୀ ସମୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ିବ। ୨୦୨୦-୨୧ରେ ଏହାର ଅଭିବୃଦ୍ଧି ହାର ୭.୪ ପ୍ରତିଶତ ହେବ ବୋଲି ସେ ଆକଳନ କରିଛନ୍ତି।

ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି, ଜି-୨୦ ରାଷ୍ଟ୍ର ସମୂହ ମଧ୍ୟରେ ଭାରତ ଏକମାତ୍ର ଦେଶ ଯାହାର ଅଭିବୃଦ୍ଧି ସକାରାତ୍ମକ ରହିବ। କରୋନା ପ୍ରଭାବରେ ବିଶ୍ବ ଜିଡିପିକୁ ୯ ଲକ୍ଷ କୋଟି ଡଲାର କ୍ଷତି ସହିବାକୁ ପଡ଼ିବ। ଏହା ଜାପାନ ଓ ଜର୍ମାନି ଅର୍ଥନୀତି ଠାରୁ ଅଧିକ ବୋଲି ସେ କହିଛନ୍ତି। ସେ କହିଛନ୍ତି, ରପ୍ତାନିରେ ଯେଉଁ ୩୪.୬ ପ୍ରତିଶତ ହ୍ରାସ ଘଟିଛି ଯାହା ବିଶ୍ବ ଅର୍ଥନ‌ୈତିକ ମାନ୍ଦାବସ୍ଥା ସମୟ ଠାରୁ ଅଧିକ ଚିନ୍ତାଜନକ। ମାତ୍ର ଏସବୁ ଭିତରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବେଶ ସୁଦୃଢ଼ ରହିଥିବା ସେ କହିଛନ୍ତି। ମୁଦ୍ରାସ୍ଫୀତି ବିଷୟରେ ଆକଳନ କରି ଭିଡିଓ କନଫରେନ୍ସ ଜରିଆରେ ଶକ୍ତିକାନ୍ତ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ ତଳକୁ ଖସିବ। ମୁଦ୍ରାସ୍ଫୀତିରେ ପ୍ରତି ମାସରେ ହ୍ରାସ ପାଉଛି। ଗତ ଜାନୁଆରି ପରଠାରୁ ଏଥିରେ ୧.୭୦ ପ୍ରତିଶତ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା କରିବା ବେଳେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ସର୍ବାଧିକ ପ୍ରାଥମିକତା ଦେଇଥାଏ। ମାର୍ଚ୍ଚ ମାସର ମୁଦ୍ରାସ୍ଫୀତି ହାର ଚାରି ମାସର ନିମ୍ନ ସ୍ତର ୫.୯୧ ପ୍ରତିଶତକୁ ହ୍ରାସ ପାଇଛି। ଖାଦ୍ୟ ସାମଗ୍ରୀ ଦାମ୍ କମ୍ ରହିବା ଯୋଗୁଁ ଏଭଳି ଘଟିଛି। ଯଦିଓ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ସମୟ ପାଇଁ ମିଳିଥିବା ତଥ୍ୟ ଅନୁସାରେ ମୁଦ୍ରାସ୍ଫୀତି ହିସାବ କରାଯାଇଛି ତଥାପି ଖାଦ୍ୟ ସାମଗ୍ରୀ ଦର କମୁଥିବା ଏଥିରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି। ମାର୍ଚ୍ଚରେ ପନିପରିବା, ଅଣ୍ଡା, ମାଂସ, ମାଛ, ଡାଲି, ତେଲ, ଫଳ ଏବଂ ଚିନି ଦାମ୍ କିଛି। ଲକ୍‌ଡାଉନ୍ ଘୋଷଣା ହେବା ପରବର୍ତୀ ସମୟରେ ଅର୍ଥନୀତିର ସ୍ଥିତି କିଭଳି ରହିଥିବା ତାହା ବର୍ଣ୍ଣନା କରି ସେ କହିଛନ୍ତି, କରୋନା ପ୍ରଭାବରେ ପ୍ରଥମ ଥର ଲାଗି କେତେକ କ୍ଷେତ୍ରରେ ଚିନ୍ତାଜନକ ହ୍ରାସ ଦେଖିବାକୁ ମିଳିଛି। କିନ୍ତୁ ଏବେବି ଏଭଳି କିଛି କ୍ଷେତ୍ର ରହିଛି ଯାହା ଚମକୁଛି ବୋଲି ସେ କହିଛନ୍ତି।

ମତମନ୍ତବ୍ୟ
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି କରାଯାଇଥିବା ଘୋଷଣା ଅର୍ଥନୀତିରେ ନଗଦ ଅର୍ଥ ପ୍ରବାହ ଏବଂ ଋଣ ଯୋଗାଣରେ ଉନ୍ନତି ଆଣିବ। ଏସବୁ ପଦକ୍ଷେପ ଆମର ଛୋଟ ବ୍ୟବସାୟୀ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ, କୃଷକ ଓ ଗରିବ ଲୋକଙ୍କୁ ସହାୟକ ହେବ। ରାଜ୍ୟଗୁଡ଼ିକୁ ସେମାନଙ୍କ ୱେଜ୍ ଆଣ୍ଡ ମିନ୍ସ ଅଗ୍ରିମ ସୀମା ବଢ଼ାଇବାରେ ଏହା ସହାୟକ ହୋଇଛି।

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
ଅର୍ଥନୀତିରେ ପର୍ଯ୍ୟାପ୍ତ ନଗଦ ଅର୍ଥ ଉପଲବ୍ଧ ହେବା ସହିତ ଋଣ ଦେବା ପାଇଁ ବ୍ୟାଙ୍କ ଗୁଡ଼ିକୁ ଅଧିକ ପ୍ରୋତ୍ସାହନ ମିଳିବ, ଆର୍ଥିକ ଚାପକୁ ସହଜ କରିବା ଏବଂ ବଜାରକୁ ସ୍ବାଭାବିକ କରିବାରେ ଏହା ସହାୟକ ହେବ। କରୋନା ମହାମାରୀ ଯୋଗୁଁ ଅର୍ଥନୀତି ଉପରେ ଯେଉଁ ବିପଦ ରହିଛି ତାହାକୁ ଏହା ପ୍ରଶମନ କରିବ। କୃଷି, ଗ୍ରାମୀଣ, କ୍ଷୁଦ୍ର ଶିଳ୍ପ, ଗୃହ ନିର୍ମାଣ ପାଇଁ ଋଣ ପ୍ରଦାନ କରୁଥିବା ସଂସ୍ଥା, ଏନବିଏଫସି ଏବଂ ଏମଏଫଆଇ ଗୁଡ଼ିକ ଏହାଦ୍ବାରା ଉପକୃତ ହେବେ।

ନିର୍ମଳା ସୀତାରମଣ, ଅର୍ଥମନ୍ତ୍ରୀ
ରିଜର୍ଭ ବ୍ୟାଙ୍କ ଦ୍ବାରା କରାଯାଇଥିବା ଘୋଷଣାର କିଛି ମାନେ ନାହିଁ। କଂଗ୍ରେସ ଦଳ ଏବଂ ସାଧାରଣ ଲୋକ ଏହି ଘୋଷଣାରେ ନିରାଶ ହୋଇଛନ୍ତି। ଗରିବ ଏବଂ ଦୁର୍ବଳ ‌ବର୍ଗର ଲୋକଙ୍କ ପାଇଁ ସରକାର ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଅଜୟ ମାକେନ, କଂଗ୍ରେସ ନେତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe