୨ ବର୍ଷରେ ଭାରତ ଚତୁର୍ଥ ବୃହତ୍ ଅର୍ଥନୀତି ହେବ: ଅଶ୍ବିନୀ

Advertisment
ଏହିଦିନଠାରୁ ଧାରଣାରେ ଗଡିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ

ନୂଆଦିଲ୍ଲୀ : ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହେବ। ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ସମୟରେ ଭାରତ ବିଶ୍ବର ଦଶମ ବୃହତ୍ ଅର୍ଥନୀତି ଥିଲା। ଏବେ ଉପରକୁ ଉଠି ୫ମ ବୃହତ ଅର୍ଥନୀତି ହୋଇଛି। ଏଥିସହିତ ଆସନ୍ତା ୨ ବର୍ଷ ମଧ୍ୟରେ ଚତୁର୍ଥ ବୃହତ ଅର୍ଥନୀତି ଏବଂ ୬ ବର୍ଷ ମଧ୍ୟରେ ତୃତୀୟ ବୃହତ ଅର୍ଥନୀତି ହେବ ବୋଲି କେନ୍ଦ୍ର ରେଳ, ଆଇଟି ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶନିବାର କହିଛନ୍ତି।

ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଉପଯୁକ୍ତ ନୀତି ଏବଂ ତୃଣମୂଳ ସ୍ତରର ପଦକ୍ଷେପ ଯୋଗୁ ୨୦୧୪ ମସିହାରୁ ଦେଶରେ ସାମାଜିକ ଏବଂ ଅର୍ଥନୈତିକ ରୂପାନ୍ତର ଘଟୁଛି। ଏଥିସହିତ ଦେଶ ଆସନ୍ତା ୨ ବର୍ଷ ମଧ୍ୟରେ ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହେବାକୁ ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମଗ୍ର ବିଶ୍ବ ଭାରତ ଉପରେ ଆସ୍ଥା ସ୍ଥାପନ କରିଛି। ଦେଶବାସୀ ଏକ ନିର୍ଣ୍ଣାୟକ ନେତୃତ୍ବ ଉପରେ ଆସ୍ଥା ରଖିବା ଯାହାଦ୍ବାରା ଦେଶ ୨୦୪୭ ସୁଦ୍ଧା ନୂଆ ଉଚ୍ଚତାକୁ ଯାଇପାରିବ। ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବାବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe