ନୂଆଦିଲ୍ଲୀ: ଚଳିତ ବର୍ଷ ଫ୍ରାନ୍ସକୁ ପଛରେ ଛାଡ଼ିଥିବା ଭାରତୀୟ ଅର୍ଥନୀତି ଆସନ୍ତା ବର୍ଷ ବ୍ରିଟେନ୍କୁ ଟପିଯିବ। ଏଥି ସହିତ ବିଶ୍ବର ପଞ୍ଚମ ବ୍ୟହତ ଅର୍ଥନୀତି ଭାବେ ଭାରତ ଉଭା ହେବ। ପିଡବ୍ଲ୍ୟୁସି ନାମକ ସଂସ୍ଥା ପକ୍ଷରୁ ଏଭଳି ଆକଳନ କରାଯାଇଛି। ବିଗତ ଚାରି ବର୍ଷ ଭିତରେ ଚାରିଟି ବଡ଼ ଅର୍ଥନୈତିକ ମହାଶକ୍ତିକୁ ପଛରେ ଛାଡ଼ିଛି ଭାରତ। ଏବେ ଏହା ବଡ଼ ଅର୍ଥନୀତି ଭାବେ ଷଷ୍ଠ ସ୍ଥାନରେ ରହିଛି। ପିଡବ୍ଲ୍ୟୁ ପକ୍ଷରୁ ଏହା ମଧ୍ୟ ଆକଳନ କରାଯାଇଛି ଯେ ୨୦୧୯ରେ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିବ। ଜର୍ମାନି, ଇଟାଲି ଓ ସ୍ପେନ୍ ଏହା ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହେବେ। ବୟସ୍କ ଳୋକଙ୍କ ସଂଖ୍ୟା ଅଧିକ ଥିବାରୁ ଆମେରିକା, ଚୀନ୍ ଓ ଜାପାନର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ। ସୁଧ ହାର ଉଚ୍ଚ ସ୍ତରରେ ରହିବ, ଫଳରେ ବିଭିନ୍ନ ସାମଗ୍ରୀ ଓ ସେବା ପାଇଁ ଗ୍ରାହକ ଚାହିଦା କମିବ। ସେହି ସମୟରେ ଡଲାର ମୂଲ୍ୟ ଅଧିକ ରହିବ। ଯାହାର ପରିଣାମ ସ୍ବରୂପ ରପ୍ତାନି କାରବାର ପ୍ରଭାବିତ ହେବ ବୋଲି ପିଡବ୍ଲ୍ୟୁସି କହିଛି।
ବ୍ରିଟେନ୍କୁ ଟପିବ ଭାରତ
Advertisment
Follow Us