ଆଲୁମିନିୟମ ଏୟାର ବ୍ୟାଟେରି ତିଆରି କରିବ ଭାରତ

Advertisment
ଆଲୁମିନିୟମ ଏୟାର ବ୍ୟାଟେରି ତିଆରି କରିବ ଭାରତ

ଭୁବନେଶ୍ବର: ଭାରତୀୟ କଂପାନି ଇଣ୍ଡିଆନ ଅଏଲ୍‌ ଓ ଇସ୍ରାଏଲ୍‌ର ଫିନର୍ଜି କଂପାନିକୁ ନେଇ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ୍‌କୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଇସ୍ରାଏଲ୍‌ର ଶକ୍ତି ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍‌ଞ୍ଜ ଉଦ୍‌ଘାଟନ କରିଛନ୍ତି। ଏହି ସଂସ୍ଥା ଜରିଆରେ ଭାରତରେ ଆଲୁମିନିୟମ ଏୟାର ବ୍ୟାଟେରି ଉତ୍ପାଦନ କରିବା ଏବଂ ବ୍ୟବହାରଯୁକ୍ତ ଆଲୁମିନିୟମ୍‌ର ପୁନଃ ବ୍ୟବହାର କରିବା ପାଇଁ ଯୋଜନା ରହିଛି ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି। ଗାଡ଼ି କଂପାନିଗୁଡ଼ିକୁ ଏହା ଆଲୁମିନିୟମ ଏୟାର ବ୍ୟାଟେରି ପ୍ରଯୁକ୍ତି ଯୋଗାଇବ। ଏନେଇ ମାରୁତି ସୁଜୁକି ଓ ଅଶୋକ ଲେଲ୍ୟାଣ୍ଡ୍‌ ସହ ଆଇଓସି ଫିନର୍ଜିର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe