ପାକିସ୍ତାନ, ଶ୍ରୀଲଙ୍କା ଭଳି ସମସ୍ୟା ଭୋଗିବନି ଭାରତ

Advertisment
ଆଗକୁ ଭାରତ ପାଇଁ କଠିନ ସମୟ: ରାଜନ

oneindia.com

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ନିୟନ୍ତ୍ରଣ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଦେଶର ବିଦେଶୀ ମୁଦ୍ରା ଭଣ୍ଡାରକୁ ବୃଦ୍ଧି କରିବା ସହିତ ‌ପଡ଼ୋଶୀ ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ସମସ୍ୟା ଭାରତରେ ନହେବାକୁ ଦେବା କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ଅତି ଉତ୍ତମ କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ଆର୍ଥିକ ସଂକଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ଭାରତର ସ୍ଥିତି ଅଲଗା ରହିଛି। ଭାରତର ଋଣ ଭାର କମ୍ ରହିଛି। ଏହା ଏକ ଭଲ ଲକ୍ଷଣ ବୋଲି ସେ କହିଛନ୍ତି। ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଏବେ ୭ ପ୍ରତିଶତ ଉପରେ ରହିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଗତ ମେ ମାସରୁ ବର୍ତ୍ତମାନ ସୁଦ୍ଧା ଦୁଇ ଥରରେ ରେପୋ ହାର ୦.୯୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଅଗଷ୍ଟ ମାସରେ ମୁଦ୍ରାନୀତି ସମୀକ୍ଷା ବେଳେ ପୁଣି ଥରେ ରେପୋ ହାର ବଢ଼ିବା ସମ୍ଭାବନା ମଧ୍ୟ ରହିଛି। ଏବେ ବିଶ୍ବବ୍ୟାପୀ ମୁଦ୍ରାସ୍ଫୀତି ସମସ୍ୟା ଲାଗି ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ସ୍ଥିତିରେ ସୁଧ ହାର ବୃଦ୍ଧି କରୁଛି।

ଏହା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ। ଅଧିକାଂଶ ମୁଦ୍ରାସ୍ଫୀତି ଖାଦ୍ୟ ଓ ଇନ୍ଧନ କ୍ଷେତ୍ରରେ ଦେଖିବାକୁ ମିଳିଛି। ବିଶ୍ବରେ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଉଥିବାରୁ ଭାରତରେ ମଧ୍ୟ ଏହା ହ୍ରାସ ପାଇବ ବୋଲି ରାଜନ କହିଛନ୍ତି। ଭାରତରେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ଥିବାବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବିଶେଷକରି ଖାଦ୍ୟପଦାର୍ଥ ଓ ଇନ୍ଧନ ମୂଲ୍ୟ ହ୍ରାସ ପାଇଁ ପଦକ୍ଷେପ ନେଇଛନ୍ତି। ଜୁଲାଇ ୨୯ ସୁଦ୍ଧା ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୫୭୧.୬୦ ବିଲିଅନ ଡଲାରରେ ରହିଛି। ଗତବର୍ଷ ସେପ୍ଟେମ୍ବରରେ ଏହା ରେକର୍ଡ ୬୪୩ ବିଲିଅନ ଡଲାରରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe