ସିମ୍ଲା: ହିମାଚଳପ୍ରଦେଶର କୁଲୁ ଜିଲ୍ଲାର ଏନ୍ଏଚ୍ପିସି କଲୋନିରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ୨ ଜଣ ଲୋକ ଫସିକି ରହିଥିଲେ। ସେହି ଦୁଇ ଜଣଙ୍କୁ ସୋମବାର ଭାରତୀୟ ବାୟୁ ସେନା ଉଦ୍ଧାର କରିଛି।
ସେହିପରି ରାଜ୍ୟର କଙ୍ଗରା ଜିଲ୍ଲାରେ ଅନ୍ୟ ୨ ଜଶ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାଙ୍କୁ ଡକା ଯାଇଥିଲା।
କେବଳ ସେତିକି ନୁହେଁ, ଏହି ବନ୍ୟାରେ ଦୁଇଟି ସ୍କୁଟର ଓ ଏକ କାର୍ ମଧ୍ୟ ଭାସି ଯାଇଥିବାର ଦେଖିବାକୁ ମିଳିଛି।
ଗତ ଶନିବାରଠାରୁ ଏହି ବନ୍ୟାରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହିମାଚଳ ପ୍ରଦେଶର ପର୍ବତରୁ ବରଫପାତ ବି ହେଉଛି।
ରବିବାର ଦିନ ଏହି ବନ୍ୟାରେ କୁଲୁ ଜିଲ୍ଲାର ୧୯ ଜଣ ଲୋକ ଫସିକି ରହିଥିଲେ। ସେମାନଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କରିଥିଲା।
ଏହି କାରଣରୁ ରାଜ୍ୟର ଅନେକ ଜିଲ୍ଳାରେ ସୋମବାର ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।
Follow Us