ଗୋଟିଏ ଦିନରେ ବିମାନଯାତ୍ରା କଲେ ୫ ଲକ୍ଷରୁ ଅଧିକ ଯାତ୍ରୀ

ଇତିହାସ ରଚିଲା ଭାରତୀୟ ବେସାମରିକ ବିମାନ ଚଳାଚଳ ସେବା । ଗୋଟିଏ ଦିନରେ ବିମାନଯାତ୍ରା କଲେ ୫ ଲକ୍ଷରୁ ଅଧିକ ଯାତ୍ରୀ । ଏହି ବିରଳ ରେକର୍ଡ ନେଇ ସୂଚନା ଦେଇଛି ବିମାନଚଳାଚଳ ବିଭାଗ ।

 Madhyamam

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବେସାମରିକ ବିମାନ ଚଳାଚଳ ସେବା । ଗୋଟିଏ ଦିନରେ ବିମାନଯାତ୍ରା କଲେ ୫ ଲକ୍ଷରୁ ଅଧିକ ଯାତ୍ରୀ । ଏହି ବିରଳ ରେକର୍ଡ ନେଇ ସୂଚନା ଦେଇଛି ବିମାନଚଳାଚଳ ବିଭାଗ । ନଭେମ୍ବର ୧୭, ରବିବାର ଦିନ ପ୍ରାୟ ୫ ଲକ୍ଷ ୫ ହଜାର ୪୧୨ ଜଣ ଯାତ୍ରୀ ଭାରତରେ ବିମାନ ଯାତ୍ରା କରିଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। 

ଏଥିସହିତ ଗୋଟିଏ ଦିନରେ ରେକର୍ଡ ୩,୧୭୩ଟି ବିମାନ ଉଡାଣ ଭରିଥିଲା । ତେବେ ଏହା ଭାରତରେ ବଢୁଥିବା ବିମାନ ସେବାର ଚାହିଦାକୁ ଦର୍ଶାଉଛି ବୋଲି ତିଳେ ବି ସନ୍ଦେହ ନାହିଁ । ଦେଶବ୍ୟାପୀ ପାର୍ବଣ ଚାଲିଥିବାରୁ ଏତେ ସଂଖ୍ୟାରେ ଲୋକମାନେ ବିମାନଯାତ୍ରା କରୁଥିବା ଜଣାପଡ଼ିଛି । ଦୀପାବଳି ସମୟରେ ପ୍ରାୟ ସାଢେ ୪ ଲକ୍ଷ ଲୋକ ବିମାନରେ ଯାତ୍ରା କରିଥିଲେ । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଏହା ଭାରତୀୟ ବିମାନସେବା ପାଇଁ ଶୁଭ ସଙ୍କେତ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe