ଆଦାନୀ ସଂକଟ ଦ୍ବାରା ବ୍ୟାଙ୍କବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ : ଶକ୍ତିକାନ୍ତ

Advertisment
ସୁଧ ବଦଳାଇଲାନି ରିଜର୍ଭ ବ୍ୟାଙ୍କ: ଇଏମ୍‌ଆଇ ବଦଳିବନି

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ସଂକଟ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।ସେ କହିଛନ୍ତି ଯେ ଭାରତର ବ୍ୟାଙ୍କ ବ୍ୟବସ୍ଥା ବିଶାଳ ଓ ସଦୃଢ, ଏପରି କିଛି ଘଟଣା ଦ୍ବାରା ତାହା ପ୍ରଭାବିତ ହେବ ନାହିଁ ।

ବୁଧବାରଦିନ ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ମୁଦ୍ରାନୀତି ଘୋଷଣା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ସାମ୍ବାଦିକମାନେ ତାଙ୍କୁ ଆଦାନୀ ସଂପର୍କରେ ପ୍ରଶ୍ନ ପଚାରିଥିଲେ । ଏହାର ଜବାବରେ  ଗଭର୍ଣ୍ଣର କହିଥିଲେ ଯେ ଆଜିର ସମୟରେ ଭାରତୀୟ ବ୍ୟାଙ୍କଗୁଡ଼ିକର ଆକାର, ସେମାନଙ୍କ କ୍ଷମତା ବହୁତ ଦୃଢ଼। ସେମାନଙ୍କ ର ସାମର୍ଥ୍ୟ ଏପରି ଯେ ସେମାନେ ଏଭଳି ମାମଲାରେ ପ୍ରଭାବିତ ହେବେ ନାହିଁ।

ବର୍ତ୍ତମାନ ପରିସ୍ଥିତିରେ ଆରବିଆଇ ଅଦାନି ଗ୍ରୁପ୍ କଂପାନିଗୁଡ଼ିକୁ ଦିଆଯାଇଥିବା ଋଣ ଉପରେ ଘରୋଇ ବ୍ୟାଙ୍କଗୁଡ଼ିକୁ କୌଣସି ଗାଇଡଲାଇନ୍ ଜାରି କରିବ କି ବୋଲି ତାଙ୍କୁ ପଚରାଯାଇଥିଲା । ଶ୍ରୀ ଦାସ କହିଛନ୍ତି ଯେ ଋଣ ଦେବା ସମୟରେ ବ୍ୟାଙ୍କଗୁଡ଼ିକ ସଂପୃକ୍ତ କମ୍ପାନିର ଭିତ୍ତିଭୂମି ଏବଂ ସମ୍ପୃକ୍ତ ପ୍ରକଳ୍ପପାଇଁ ନଗଦ ପ୍ରବାହ ସ୍ଥିତି ଉପରେ ନଜର ରଖନ୍ତି। ଋଣ କ୍ଷେତ୍ରରେ କଂପାନିଗୁଡ଼ିକର ବଜାର ପୁଞ୍ଜିକରଣ ସହ କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି। ସମୟ କ୍ରମେ ବ୍ୟାଙ୍କଗୁଡ଼ିକର ମୂଲ୍ୟାୟନ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe