ଗୋଲ୍ଡମ୍ୟାନ୍ ସାକ୍ସର ଆକଳନ : ଭାରତର ଅଭିବୃଦ୍ଧି ୧.୬%କୁ ଖସିବ

ଏବର୍ଷ ଜିଡିପି ଅଭିବୃଦ୍ଧି ୭% ରହିବ : କେନ୍ଦ୍ର ସରକାର

Indian Economy

ମୁମ୍ବାଇ : କରୋନା ଭୂତାଣୁ ସଂକ୍ରମଣ ପ୍ରଭାବରେ ଭାରତର ଅଭିବୃଦ୍ଧି ହାର ୧.୬ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯିବ ବୋଲି ଗୋଲ୍‌ଡମ୍ୟାନ୍ ସାକ୍ସ ଆକଳନ କରିଛି। ଏହା ଜଣାଇଛି ଯେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏକ ଦଶନ୍ଧି ଭିତରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇବ।

ସାରା ବିଶ୍ବରେ କରୋନା ସଂକ୍ରମଣ ବ୍ୟାପିବା ପରଠାରୁ ବିଭିନ୍ନ ସଂସ୍ଥା ସେମାନଙ୍କ ଅଭିବୃଦ୍ଧି ଆକଳନରେ ସଂଶୋଧନ କରୁଛନ୍ତି। ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ ଠାରୁ ଆରମ୍ଭ କରି ରେଟିଂ ଏଜେନ୍ସି ମୁଡିସ୍‌ ପର୍ଯ୍ୟନ୍ତ ସମସ୍ତେ ଜଣାଇଛନ୍ତି‌ ଯେ ଭାରତର ଅଭିବୃଦ୍ଧି ହାର ବହୁତ କମିଯିବ। ବିଶେଷ କରି ଲକ୍ ଡାଉନ୍ ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଭଳି କଟକଣା ଅର୍ଥନୀତିକୁ ଅତ୍ୟଧିକ ଦୁର୍ବଳ କରିଦେବ ବୋଲି ସେମାନେ କହିଛନ୍ତି। ଏହି ମର୍ମରେ ଗୋଲ୍‌ଡମ୍ୟାନ୍ ସାକ୍ସ୍‌ର ଆକଳନ ସମସ୍ତଙ୍କୁ ଟପିଯାଇଛି। ଗୋଲ୍‌ଡମ୍ୟାନ୍ ସାକ୍ସ ଜଣାଇଛି ଯେ, ଲକ୍‌ଡାଉନ୍ ଓ ଲୋକମାନଙ୍କ ମଧ୍ୟରେ କରୋନାକୁ ନେଇ ରହିଥିବା ଭୟ ଯୋଗୁଁ ମାର୍ଚ୍ଚରେ ଅର୍ଥନୈତିକ କାର୍ଯ୍ୟକଳାପରେ ବଡ଼ ଧରଣର ହ୍ରାସ ଘଟିଛି। ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ଭାରତୀୟ ଅର୍ଥନୀତି ୧୯୭୦‌, ୧୯୮୦ ଓ ୨୦୦୯ରେ ଯେଉଁ ଭଳି ମାନ୍ଦାବସ୍ଥା ସାମ୍ନା କରିଥିଲା ଏଥରର ସ୍ଥିତି ତା'ଠାରୁ ଆହୁରି ଖରାପ ରହିବ।

୨୦୦୮-୦୯ର ବିଶ୍ବ ମାନ୍ଦାବସ୍ଥା ସମୟରେ ଭାରତ ସରକାର ଯେଉଁଭଳି ତ୍ବରିତ ପଦକ୍ଷେପ ନେଇଥିଲେ ଏଥର ସେଭଳି ପଦକ୍ଷେପ ନିଆଯାଇନାହିଁ। କେନ୍ଦ୍ର ସରକାର ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୭୫ ପ୍ରତିଶତ ହ୍ରାସ କରିଛି। ଏହା ବାଦ ଉଭୟ ପକ୍ଷ ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଆମେରିକାର ଏହି ବ୍ରୋକରେଜ୍ ସଂସ୍ଥା ଜଣାଇଛି। ଦେଶର ଜିଡିପି ପ୍ରତି ୬୦ ପ୍ରତିଶତ ଅବଦାନ ପ୍ରଦାନ କରୁଥିବା ଉପଯୋଗିତା ବା ସାମଗ୍ରୀ ଓ ସେବା ବ୍ୟବହାର ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe