ଗେଲ୍‌କୁ କିଣିବା ପାଇଁ ଇଣ୍ଡିଆନ୍‌ ଅଏଲ୍‌, ବିପିସିଏଲ୍‌ ଆଗ୍ରହୀ

Advertisment

ଗେଲ୍‌ ନିଜେ ଚାହୁଁଛି ଓଏନ୍‌ଜିସି ସହ ମିଶ୍ରଣ

ଗେଲ୍‌ ନିଜେ ଚାହୁଁଛି ଓଏନ୍‌ଜିସି ସହ ମିଶ୍ରଣ

ଗେଲ୍‌କୁ କିଣିବା ପାଇଁ ଇଣ୍ଡିଆନ୍‌ ଅଏଲ୍‌, ବିପିସିଏଲ୍‌ ଆଗ୍ରହୀ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଗ୍ୟାସ୍‌ କଂପାନି ଗେଲ୍‌କୁ ଅଧିଗ୍ରହଣ କରିବା ପାଇଁ ଇଣ୍ଡିଆନ୍‌ ଅଏଲ୍‌ ଓ ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ୍‌ (ବିପିସିଏଲ୍‌) ନିଜ ଆଡୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଏହି ଦୁଇ କଂପାନି ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟକୁ ମଧ୍ୟ ଜଣାଇ ଦେଇଛନ୍ତି। ଗେଲ୍‌କୁ ଅଧିଗ୍ରହଣ କରି ନିଜ ବ୍ୟବସାୟରେ ଗ୍ୟାସ୍‌କୁ ସାମିଲ କରିବାକୁ ଏହି ଦୁଇ କଂପାନି ଚାହୁଁଛନ୍ତି।
କିନ୍ତୁ ଗେଲ୍‌ ନିଜେ ଚାହୁଁଛି ଓଏନ୍‌ଜିସି ସହିତ ମିଶ୍ରଣ ହେଉ। ଓଏନ୍‌ଜିସି ସହିତ ମିଶ୍ରଣ ଅଧିକ ଯୁକ୍ତିଯୁକ୍ତ ହେବ ବୋଲି ଗେଲ୍‌ ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଘୋଷଣା କରିଥିଲେ ଯେ ସରକାର ବୃହତ ତୈଳ କଂପାନି ଗଠନ କରିବାକୁ ଚାହୁଁଛନ୍ତି ଯାହା ଆନ୍ତର୍ଜାତିକ ସ୍ତରର କଂପାନି ଭଳି କାରବାର କରିପାରିବେ। ଏହାକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌୍‌ (ଏଚ୍‌ପିସିଏଲ୍‌)କୁ ଅଧିଗ୍ରହଣ କରିବା ପାଇଁ ଓଏନ୍‌ଜିସି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯାହାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିସାରିଛି। ଏଚ୍‌ପିସିଏଲ୍‌ର ୫୧.୧୧% ଅଂଶଧନକୁ ଓଏନ୍‌ଜିସି ୩୩,୦୦୦ କୋଟି ଟଙ୍କାରେ ଖରିଦ କରିବ। ଏହି ମିଶ୍ରଣ ପ୍ରକ୍ରି୍ରୟା ଶେଷ ହେବା ପରେ ଗେଲ୍‌ ମିଶ୍ରଣ ବିଷୟରେ ଚିନ୍ତା କରାଯିବ। ଦେଶର ସର୍ବବୃହତ ତୈଳ କଂପାନି ଇଣ୍ଡିଆନ୍‌ ଅଏଲ୍‌ ନିଜର କ୍ଷମତା ବଢ଼ାଇବା ପାଇଁ ଅନ୍ୟ ଏକ ତେଲ କଂପାନି ଅଥବା ଗେଲ୍‌ ଯେ କୌଣସି ଗୋଟିଏ ସଂସ୍ଥା ଅଧିଗ୍ରହଣ କରିବାକୁ ଚାହୁଁଛି। ଭାରତ ପେଟ୍ରୋଲିୟମ୍‌ ମଧ୍ୟ ଗ୍ୟାସ୍‌ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଚାହୁଁଛି। ସେଥିପାଇଁ ଗେଲ୍‌ ହେଉଛି କଂପାନିର ପ୍ରଥମ ପସନ୍ଦ ଏବଂ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ହେଉଛି ଏହାର ଦ୍ୱିତୀୟ ପସନ୍ଦ। ଗେଲ୍‌ ଅଧିଗ୍ରହଣ ବିଷୟରେ ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe