ଭୁବନେଶ୍ୱର: ଭାରତୀୟ ତୈଳ ନିଗମର ନୂଆ ମାନବ ସମ୍ବଳ ନିର୍ଦେଶକ ଭାବେ ରଞ୍ଜନ କୁମାର ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ସେ କଂପାନିର ପଶ୍ଚିମ ବଙ୍ଗ କାର୍ଯ୍ୟାଳୟର ଇଡି ଭାବେ କାର୍ଯ୍ୟ କରୁଥିଲେ। ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ଭୁବନେଶ୍ୱରରେ ଶିକ୍ଷା ଲାଭ କରିଥିବା ରଞ୍ଜନ ୧୯୮୭ ମସିହାରେ ଇଣ୍ଡିଆନ୍ ଅଏଲ୍ରେ ଯୋଗ ଦେଇଥିଲେ। ସେ ବିଟସ୍, ପିଲାନିରୁ ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଏହା ପରଠାରୁ ସେ କଂପାନିର ଟର୍ମିନାଲ୍ ପରିଚାଳନାଠାରୁ ଆରମ୍ଭ କରି ଯୋଗାଣ ଶୃଙ୍ଖଳ ପରିଚାଳନା ଏବଂ ଲଜିଷ୍ଟିକ୍ ଆଦି କ୍ଷେତ୍ରରେ କାମ କରିଛନ୍ତି। ୨୦୧୨-୧୫ ପର୍ଯ୍ୟନ୍ତ ସେ କଂପାନିର ବିଦେଶରେ ଥିବା ସହଯୋଗୀ ସଂସ୍ଥା ଇଣ୍ଡିଆନ୍ ଅଏଲ୍ (ମରିସସ୍) ଲିମିଟେଡ୍ର ପରିଚାଳନା ନିର୍ଦେଶକ ଭାବେ କାମ କରିଥିଲେ।
ଇଣ୍ଡିଆନ୍ ଅଏଲ୍ର ନୂଆ ମାନବ ସମ୍ବଳ ନିର୍ଦେଶକ
Advertisment
Follow Us