ଇଣ୍ଡିଆନ ଅଏଲ, ଡିଲର ଗଣିବେ ୧୨ ଲକ୍ଷ

Advertisment
ଇଣ୍ଡିଆନ ଅଏଲ, ଡିଲର ଗଣିବେ ୧୨ ଲକ୍ଷ

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ବାବଦରେ ୧୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜାତୀୟ ଗ୍ରାହକ ଅଭିଯୋଗ ସମାଧାନ ଆୟୋଗ (ଏନ୍‌ସିଡିଆର୍‌ସି) ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ଓ ଏହାର ଡିଲରଙ୍କୁ ନିର୍ଦେଶ ଦେଇଛନ୍ତି।
୨୦୦୩‌ରେ ଏହି ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ନିନା ଝାମ୍ବ ନାମକ ଜଣେ ମହିଳା ଓ ତାଙ୍କ ଶଶଶୁ କାନ୍ତା ରୋଷେଇ ଘରେ ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟି ଯିବାରୁ ନିନାଙ୍କ ମୃତ୍ୟୁ ହୋଇଥିଲା ଏବଂ କାନ୍ତା ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ନିନାଙ୍କ ସ୍ବାମୀ ଇଣ୍ଡିଆନ ଅଏଲ୍‌ ଓ ଏହାର ଡିଲର ‘ଆଲୋକ ଗ୍ୟାସ ଏଜେନ୍ସି’ ନାମରେ ରାଜ୍ୟ ଉପଭୋକ୍ତା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ସେଠାରେ ତାଙ୍କର ବିୟ ହୋଇଥିଲା। ଅଭିଯୋଗକାରୀଙ୍କୁ ୧୨ ଲକ୍ଷ ୨୧ ହଜାର ୭୩୪ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ଆୟୋଗ ନିର୍ଦେଶ ଦେଇଥିଲେ। ରାଜ୍ୟ ଆୟୋଗଙ୍କ ସେହି ନିର୍ଦେଶ ଉପରେ ଇଣ୍ଡିଆନ ଅଏଲ ଆପତ୍ତି ଉଠାଇଥିଲା। ପ୍ରଭାବିତ ‌ବ୍ୟକ୍ତି ‘ଗ୍ରାହକ’ ନୁହନ୍ତି ଏବଂ ଡିଲର ତରଫରୁ ତାଙ୍କୁ ଗ୍ୟାସ ଯୋଗାଇ ଦିଆଯାଇଥିଲା ଏବଂ ତାଙ୍କ ତ୍ରୁଟି ଯୋଗୁ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିବା କଂପାନି ତରଫରୁ କୁହାଯାଇଥିଲା। କିନ୍ତୁ ଜାତୀୟ ଆୟୋଗ ଯାଞ୍ଚ କରିବା ପରେ ଜାଣିଥିଲେ ଯେ, ସିଲିଣ୍ଡର ନିର୍ମାଣରେ ତ୍ରୁଟି ଥିବାରୁ ବିସ୍ଫୋରଣ ହୋଇଥିଲା। ଗ୍ରାହକଙ୍କ କୌଣସି ଭୁଲ ନଥିଲା। ସେଥିପାଇଁ ଉଭୟ କଂପାନି ଓ ଏହାର ଡିଲରଙ୍କୁ ୧୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe