‘‌ଷ୍ଟାର୍‌ବକ୍ସ୍‌’ର ନୂତନ ‘ସିଇଓ’ ହେଲେ ଭାରତ ଜନ୍ମିତ ଲକ୍ଷ୍ମଣ ନରସିଂହନ୍‌

‘‌ଷ୍ଟାର୍‌ବକ୍ସ୍‌’ର ନୂତନ ‘ସିଇଓ’ ହେଲେ ଭାରତ ଜନ୍ମିତ ଲକ୍ଷ୍ମଣ ନରସିଂହନ୍‌

Image Courtesy of India Today

ନୂଆଦିଲ୍ଲୀ: ଖ୍ୟାତନାମା କଫି କମ୍ପାନି ‘ଷ୍ଟାର୍‌ବକ୍ସ୍‌’ର ନୂତନ ‘ସିଇଓ’ ଭାବେ ଭାରତରେ ଜନ୍ମିତ ଲକ୍ଷ୍ମଣ ନରସିଂହନ୍‌ଙ୍କୁ ନିଯୁକ୍ତ କରାଯାଇଛି।

ଏ ସଂକ୍ରାନ୍ତରେ ସୂଚନା ଦେଇ ‘ଷ୍ଟାର୍‌ବକ୍‌ସ୍‌’ କହିଛି ଯେ, ଅକ୍ଟୋବର ପହିଲାରୁ ଲକ୍ଷ୍ମଣ ନରସିଂହନ୍ କମ୍ପାନିରେ ଯୋଗ ଦେଲେ ବି ୨୦୨୩ ଏପ୍ରିଲ୍‌ରେ କମ୍ପାନିର ମୁଖ୍ୟଭାବେ ଦାୟିତ୍ବ ନିର୍ବାହ କରିବେ। ସେ ପର୍ଯ୍ୟନ୍ତ ଅସ୍ଥାୟୀ ‘ସିଇଓ’ ହାୱାର୍ଡ ସଲ୍‌ଜ୍‌ କମ୍ପାନିର ନେତୃତ୍ବ ନେବେ ଏବଂ ଲକ୍ଷ୍ମଣ ନରସିଂହନ୍ ତାଙ୍କ ସହିତ ମିଶି ଏପ୍ରିଲ୍‌ ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

ନରସିଂହମ୍‌ଙ୍କୁ ସ୍ବାଗତ ଜଣାଇ କର୍ମଚାରୀମାନ‌ଙ୍କୁ ଲେଖିଥିବା ପତ୍ରରେ ସଲ୍‌ଜ୍‌ ଉଲ୍ଲେଖ କରିଛନ୍ତି, ସେ ହେଉଛନ୍ତି ଟାଣୁଆ ଗ୍ରାହକ ବ୍ରାଣ୍ଡ୍‌ ନିର୍ମାଣ କରିବାରେ ଗଭୀର ଅନୁଭୂତି ଥିବା ଜଣେ କୌଶଳୀ ଏବଂ ରୂପାନ୍ତରଣକାରୀ ନେତା।

publive-image Image Courtesy of Asianet Newsable

ଚୀନ୍‌ରେ କୋଭିଡ୍‌ କଟକଣା ବ୍ୟବସାୟକୁ ମନ୍ଥର କରାଇ ଦେଇଥିବାରୁ ଆମେରିକାରେ ଏପ୍ରିଲ୍‌-ଜୁନ୍‌ ମାସରେ ‘ଷ୍ଟାର୍‌ବକ୍ସ୍‌’ର ବିକ୍ରି ପ୍ରାବଲ୍ୟ ହେତୁ ଚାହିଦା ବୃଦ୍ଧି ପାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୫୫ ବର୍ଷିୟ ଲକ୍ଷ୍ମଣ ନରସିଂହନ୍‌ ‘ଡ୍ୟୁରେକ୍ସ୍‌ କ‌ଣ୍ଡୋମ୍‌, ‘ଏନ୍‌ଫ୍ୟାମିଲି ବେବି ଫର୍ମୁଲା’ ଏବଂ ‘ମ୍ୟୁସିନେକ୍ସ୍‌ କୋଲ୍‌ଡ୍‌ ସିରପ୍‌’ ନିର୍ମାତା ‘ରେକିଟ୍‌’ର ‘ସିଇଓ’ ଥିଲେ। ଏହାଛଡ଼ା, ସେ ଗ୍ଲୋବାଲ୍‌ ଚିଫ୍‌ କମର୍ସିଆଲ୍‌ ଅଫିସର୍‌ ଭାବେ ‘ପେପ୍‌ସିକୋ’ରେ କାର୍ଯ୍ୟ କରିଥିଲେ।

ପୁଣେ ବିଶ୍ବବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଲକ୍ଷ୍ମଣ ନରସିଂହନ୍‌ ଜର୍ମାନ୍‌ରୁ ସ୍ନାତକୋତ୍ତର ଏବଂ ୟୁନିଭର୍ସିଟି ଅଫ୍‌ ପେନ୍‌ସିଲ୍‌ଭେନିଆର ‘ଲଡର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ରୁ ଆନ୍ତର୍ଜାତିକ ଅଧ୍ୟୟନ ଶେଷ କରିଛନ୍ତି। ଏହାଛଡ଼ା, ୟୁନିଭର୍ସିଟି ଅଫ୍‌ ପେନ୍‌ସିଲ୍‌ଭେନିଆର ୱାର୍ଥନ୍‌ ସ୍କୁଲ୍‌ରୁ ସେ ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ମଧ୍ୟ ସ୍ନାତକୋତ୍ତର ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe