ଦ୍ୱାଦଶଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଳବାଇରେ ନିଯୁକ୍ତି ସୁଯୋଗ, କିପରି କରିବେ ଆବେଦନ ଜାଣନ୍ତୁ

Advertisment
ଦ୍ୱାଦଶଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଳବାଇରେ ନିଯୁକ୍ତି ସୁଯୋଗ, କିପରି କରିବେ ଆବେଦନ ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ତେବେ ରେଳବାଇ ନିଯୁକ୍ତି ସୁଯୋଗ ନେଇ ଆସିଛି। ରେଳବାଇ ସ୍ପୋର୍ଟସ କୋଟାରେ ୨୧ଟି ଖାଲି ଥିବା ପଦ ପୂରଣ ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରି ପାରିବେ ବୋଲି ଏକ ଘୋଷଣା ଜାରି କରିଛି। ଏହି ପଦ ସମ୍ବନ୍ଧିତ ବିଭିନ୍ନ ସୂଚନା ନିମ୍ନରେ ପ୍ରଦତ୍ତ।

publive-image

୧. ବିଭାଗ: ସାଉଥ୍‌ େଓ୍ଵଷ୍ଟର୍ଣ୍ଣ ରେଲେଓ୍ଵ

୨. ପଦ ସଂଖ୍ୟା: ୨୧ଟି।

୩. ପଦର ନାମ: କ୍ଲର୍କ ଏବଂ ଟାଇପିଷ୍ଟ।

୪. ବେତନ: ଗ୍ରୁପ୍‌ ‘ସି’ ପେ ବ୍ରାଣ୍ଡ-୧ ପାଇଁ ୫୨୦୦ ଓ ଗ୍ରେଡ୍‌ ପେ (ଜପି)ପାଇଁ ୨୦୨୦୦ଟଙ୍କା ପ୍ରତି ମାସକୁ।

୫. ବୟସ ସୀମା: ୧୮ବର୍ଷରୁ ୨୫ବର୍ଷ ମଧ୍ୟରେ।

୬. ଶିକ୍ଷାଗତ ଯୋଗ୍ୟତା: ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଦ୍ୱାଦଶଶ୍ରେଣୀ ପାସ୍‌ କରିବା ଆବଶ୍ୟକ।

୭. ଟାଇପିଂ ସ୍ପିଡ: ଆବେଦକଙ୍କ ଟାଇପିଂ ସ୍ପିଡ ପ୍ରତିମିନିଟରେ ଇଂରାଜୀରେ ୩୦ଟି ଶବ୍ଦ ଓ ହିନ୍ଦୀରେ ୨୫ଟି ଶବ୍ଦ ହେବା ଦରକାର।

୮. ଆବେଦନ ଶୁଳ୍କ: ଏହି ପଦ ପାଇଁ ଆବେଦନ କରୁଥିବା ସାଧାରଣ ପ୍ରାର୍ଥୀ ୫୦୦ଟଙ୍କା ଓ ରିଜର୍ଭ ବର୍ଗର ଲୋକ ୨୫୦ଟଙ୍କା ପୈଠ କରିବାକୁ ପଡ଼ିବ।

୯. ଆବେଦନର ଶେଷ ତାରିଖ: ୨୦୧୮ ଫେବ୍ରୁଆରି ୧୨

publive-image

୧୦. ଚୟନ ପ୍ରକ୍ରିୟା: ଏହି ପଦ ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ଚୟନ ଖେଳରେ ତାଙ୍କର ଯୋଗ୍ୟତା ସହିତ ଅନ୍ୟ ଶିକ୍ଷ୍ୟଣୀୟ ଯୋଗ୍ୟତା ଆଧାରରେ କରାଯିବ। ଏତଦ୍‌ବ୍ୟତୀତ ତାଙ୍କର ଶାରୀରିକ କ୍ଷମତାକୁ ମଧ୍ୟ ଦୃଷ୍ଟିରେ ରଖାଯିବ।

୧୧. http://www.rrchubli.in/about_us.html ଉପରେ କ୍ଲିକ୍‌ କରି ଏହି ପଦ ସମ୍ଭନ୍ଧିତ ଅନ୍ୟାନ୍ୟ ସୂଚନା ପାଇ ପାରିବେ।

ସୌଜନ୍ୟ: ଇଣ୍ଡିଆଏକ୍ସପ୍ରେସ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe