ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର। ରେଲେଓ୍ଵ ରିକ୍ରୁଟମେଣ୍ଟ ସେଲ (ଆରଆରସି) ଏହି ଭର୍ତ୍ତି ନେଇ ଅଧିକାରିକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତିକୁ ଆବେଦନକାରୀ ଅନେକ ଦିନ ହେବ ଅପେକ୍ଷା କରି ରହିଥିଲେ।
/sambad/media/post_attachments/wp-content/uploads/2019/03/rrb-recruitment_03_031219013327-1-300x183.jpg)
ଆରଆରସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଆଜିଠାରୁ ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହି ପ୍ରକ୍ରିୟାରେ ଏକଲକ୍ଷ ୩୭ହଜାର ୭ଶହ ୬୯ ଆବେଦନକାରୀଙ୍କ ଚୟନ କରାଯିବ। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୧୨ମାର୍ଚ୍ଚ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ। ଆବେଦନକାରୀ ଏହି ପଦ ପାଇଁ ଚଳିତ ବର୍ଷ ଏପ୍ରିଲ ୧୨ ପର୍ଯ୍ୟନ୍ତ ଆବେଦନ କରି ପାରିବେ। ଏପ୍ରିଲ ୨୩ ଭିତରେ ଆବେଦନକାରୀଙ୍କୁ ଫିସ୍ ଫୈଠ କରିବାକୁ ପଡ଼ିବ। ଏପ୍ରିଲ ୨୬ ଭିତରେ ଫାଇନାଲ ପ୍ରକ୍ରିୟା ପୂରା ହୋଇଯିବ। ଏହି ପଦ ପାଇଁ ଇଚ୍ଛୁକ ଆବେଦନକାରୀ ଅଧିକାରିକ େଓ୍ଵବସାଇଟରେ ଯାଇ ପୂରା ବିଜ୍ଞପ୍ତି ବିଷୟରେ ସୂଚନା ପାଇ ପାରିବେ।
/sambad/media/post_attachments/wp-content/uploads/2019/03/rrb-recruitment_03_031219013327-300x183.jpg)
ଏହି ପରୀକ୍ଷାର ଆୟୋଜନ ସେପ୍ଟେମ୍ବର-ଅକ୍ଟୋବର ୨୦୧୯ ମଧ୍ୟରେ କରାଯିବ। ଏହି ଭର୍ତ୍ତିରେ ଟ୍ରାକ୍ ମେନଟେନେନ୍ସ ଗ୍ରେଡ-୪, ହେଲପର ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ପୋଷ୍ଟମେନ୍ ଆଦି ପଦ ପାଇଁ ଆବେଦନକାରୀଙ୍କ ଚୟନ ହେବ। ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଥିବା ଜେନେରାଲ ବର୍ଗଙ୍କ ପାଇଁ ୫୦୦ଟଙ୍କା ଓ ଜାତି ଓ ଅନୁସୂଜିତ ଜାତି ପାଇଁ ୨୫୦ଟଙ୍କା ଫିସ୍ ରଖାଯାଇଛି। ପରୀକ୍ଷାରେ ଜେନେରାଲ ଆଓ୍ଵାରନେସ୍, ଗଣିତ, ଜେନେରାଲ ଇଣ୍ଟେଲିଜେନ୍ସ, ରିଜନିଙ୍ଗ ଆଦି ବିଷୟ ଉପରେ ପ୍ରଶ୍ନ ପଚରାଯିବ। ଆବେଦନକାରୀଙ୍କୁ ୯୦ମିନିଟ୍ରେ ୧୦୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ପରୀକ୍ଷାରେ ନେଗେଟିଭ ମାର୍କିଂ ବି ରହିଛି।
Follow Us