ନୂଆଦିଲ୍ଲୀ: ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରାୟତଃ କମ୍ବଳକୁ ନେଇ ଅନେକ ସମୟରେ ଅଭିଯୋଗ କରିଥାଆନ୍ତି। କେତେବେଳେ ମଇଳା କମ୍ବଳକୁ ତ ପୁଣି କେତେବେଳେ କଣ୍ଟାକଣ୍ଟା କମ୍ବଳ ପାଇଁ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଯାତ୍ରୀମାନଙ୍କ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏଣିକି ଯାତ୍ରୀଙ୍କ କମ୍ବଳରେ ଜୟପୁରର ପ୍ରସିଦ୍ଧ ସାଙ୍ଗାନେରୀ ପ୍ରିଣ୍ଟ ଥିବା କଭର ଲଗାଯିବ। ଏହି ପଦକ୍ଷେପ ଜୟପୁର-ଅସରୱା (ଅହମ୍ମଦାବାଦ) ଟ୍ରେନର ଏସି କୋଚ ସହିତ ଆରମ୍ଭ କରାଯାଇଛି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁଯାୟୀ, ପୂର୍ବରୁ ଟ୍ରେନରେ କଭର ବିନା କମ୍ବଳ ଯୋଗାଇ ଦିଆଯାଉଥିଲା। ଉକ୍ତ କମ୍ବଳ ସଫା କି ନୁହେଁ ସେନେଇ ଯାତ୍ରୀମାନେ ଦ୍ବନ୍ଦ୍ବରେ ପଡ଼ି ଯାଉଥିଲେ। ଯାତ୍ରୀଙ୍କ ଏହି ଅସୁବିଧାର ସମାଧାନ ପାଇଁ ରେଳବାଇ କମ୍ବଳ କଭର ପ୍ରଚଳନ କରିଛି। ଏହି ପଦକ୍ଷେପକୁ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି। ଯଦି ପରୀକ୍ଷଣ ସଫଳ ହୁଏ, ତେବେ ଏହାକୁ ସାରା ଦେଶର ଟ୍ରେନଗୁଡ଼ିକରେ କାର୍ଯ୍ୟକାରୀ କରାଯିବ।
ଅଧିକପଢ଼ନ୍ତୁ:ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଗୁଜବ ଉପରେ ବିଶ୍ବାସ ନକରିବାକୁ ଏସପିଏଫ କଲା ଅନୁରୋଧ
ସୂଚନା ଅନୁସାରେ, କମ୍ବଳ କଭର ଡିଜାଇନ୍ କରିବା ସମୟରେ ଦୁଇଟି ଜିନିଷକୁ ଧ୍ୟାନରେ ରଖାଯାଇଥିଲା। ପ୍ରଥମତଃ, ଏପରି ଏକ କଭର ତିଆରି କରିବା ଆବଶ୍ୟକ ଥିଲା ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ। ଦ୍ୱିତୀୟତଃ, ଏହାକୁ ଧୋଇବା ସହଜ ହେବା ଉଚିତ ।
ସାଙ୍ଗାନେରୀ ପ୍ରିଣ୍ଟର ଅନନ୍ୟ କାରଣ ହେଉଛି ଏହି ପ୍ରିଣ୍ଟ ସ୍ଥାୟୀ ଏବଂ ବାରମ୍ବାର ଧୋଇବା ପରେ ମଧ୍ୟ ଏହାର ଚମକ ବଜାୟ ରୁହେ। ଏହି କଭରଗୁଡ଼ିକ କେବଳ କମ୍ବଳକୁ ସଫା ରଖିବ ନାହିଁ ବରଂ ଯାତ୍ରୀମାନଙ୍କୁ ଆରାମ ପ୍ରଦାନ କରିବ।
ଅଧିକପଢ଼ନ୍ତୁ:ଜମ୍ମୁରେ ତିନି ଓଡ଼ିଆ ତୀର୍ଥଯାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ, ଆସୁଛି ମୃତଦେହ
Indian Railways sanganeriprintcover
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/17/aswin-baishnav-2025-10-17-18-26-57.jpg)