ଭୁବନେଶ୍ୱର: ଜମ୍ମୁ କଶ୍ମୀରସ୍ଥିତ ମା' ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇଥିବାବେଳେ ୪ଜଣ ଓଡ଼ିଆ ତୀର୍ଥଯାତ୍ରୀ ଜମ୍ମୁର କଟରା ଠାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେଥିମଧ୍ୟରୁ ୩ ଜଣ ଓଡ଼ିଆ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ମୃତ ତୀର୍ଥଯାତ୍ରୀ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବିଚିତ୍ର କୁମାର ସାହୁ, ଯୋଗୀନ୍ଦ୍ର ମଟାରୀ ଏବଂ କବିତା ସାହୁ। ଚତୁର୍ଥ ତୀର୍ଥଯାତ୍ରୀ ସୁବର୍ଣ୍ଣପୁର ଜିଲ୍ଲାର ସ୍ନେହଲତା ମଟାରୀ ଯେ କି ଗୁରୁତର ଭାବେ ଆହତ ହୋଇ ଜାମ୍ମୁ ସ୍ଥିତ ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ଆହୁରି ପଢ଼ନ୍ତୁ: Diwali: ସୋମବାର ଦୀପାବଳି ଛୁଟି, ଘୋଷଣା କଲେ ରାଜ୍ୟ ସରକାର
ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ସୁବର୍ଣ୍ଣପୁରଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମୃତ୍ୟୁବରଣ କରିଥିବା ୩ଜଣ ତୀର୍ଥଯାତ୍ରୀଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ଜାମ୍ମୁରେ ଚିକିତ୍ସିତ ହେଉଥିବା ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି।
ଆହୁରି ପଢ଼ନ୍ତୁ: Rahul Gandhi In Fatehpur: ଭିଡ଼ ହଂସାରେ ପ୍ରାଣ ହରାଇଥିବା ପରିବାରକୁ ଭେଟି ଶାନ୍ବନା ଦେଲେ ରାହୁଲ
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର କଟରା-ଉଦ୍ଦମପୁର ରାସ୍ତାରେ ସେରଲ ଚେକ୍ପୋଷ୍ଟ ହେଲିପ୍ୟାଡ ନିକଟରେ ଦୁଇଦିନ ପୂର୍ବରୁ ଏକ ସଡ଼କର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ସମେତ ମୋଟ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଆହତଙ୍କୁ ଜମ୍ମୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ସଡ଼କ ଦୁର୍ଘଟଣା ସେହି ସମୟରେ ହୋଇଛି, ଯେଉଁ ସମୟରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରି ହେଲିପ୍ୟାଡରୁ ଅଟୋରେ ଯାତ୍ରୀ ହୋଇ କଟରା ଆଡ଼କୁ ଫେରୁଥିଲେ। ଏହି ଶ୍ରଦ୍ଧାଳୁମାନେ ପୂର୍ବାହ୍ଣ ପ୍ରାୟ ୧୦ଟାରେ ଏକ ଅଟୋ (ଜେକେ ୧୪ସି ୯୫୧୮)ରେ ପୈଥଲରୋଡରୁ କଟରା ଆଡ଼କୁ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ (ଜେକେ ୦୨ ଏକ୍ୟୁ ୫୩୫୩) ଜୋରଦାର ଧକ୍କା ଦେଇଥିଲା। ମୃତ ଅଟୋ ଚାଳକ ଉଦ୍ଦମପୁର ର ଚଢ଼ଲ ମୁତ୍ତଲ ନିବାସୀ ମୁନସୀ ରାମଙ୍କ ପୁଅ ଜିତ ଲାଲ (୫୦)। ଯାତ୍ରୀମାନେ ଥିଲେ ବିଚିତ୍ର କୁମାର ସାହୁ (୬୭), ଯୋଗୀନ୍ଦ୍ର ମତାରି (୬୬) ଓ କବିତା ସାହୁ (୫୯)। ଏମାନେ ସମସ୍ତେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅଟନ୍ତି।
Subarnapur | Accident