ରାୟବରେଲି: ରାୟବରେଲିରେ ଭିଡ଼ ହିଂସାରେ ଜୀବନ ହରାଇଥିବା ଦଳିତ ହରିଓମ ବାଲ୍ମିକୀଙ୍କ ପରିବାରକୁ ଫତେପୁର ଜିଲ୍ଲାରେ ତାଙ୍କ ପୈତୃକ ଘରେ ଭେଟିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲ ତାଙ୍କ ପରିବାରବର୍ଗଙ୍କୁ ଭେଟି ସେମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସେମାନଙ୍କୁ ଭେଟି ସୋମନଙ୍କ ହାତ ଧରି ବୁଝାଇବା ସହ ଆଲିଙ୍ଗନ କରି ଶାନ୍ତ୍ବନା ଦେଇଛନ୍ତି କଂଗ୍ରେସ ନେତା। 

Advertisment

ରାହୁଲ ଗାନ୍ଧୀ ପରିବାର ସହିତ ପ୍ରାୟ ୩୦ ମିନିଟ୍ ବିତାଇଥିଲେ, ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେ ସେମାନଙ୍କ ସହିତ ଅଛନ୍ତି। ସେ ହରିଓମଙ୍କ ପରିବାରକୁ ସମ୍ମାନ ଏବଂ ସୁରକ୍ଷା ଯୋଗାଇବା ପାଇଁ ଉତ୍ତର ପ୍ରଦେଶର ସରକାର ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। 

ବାଲ୍ମିକୀଙ୍କ ପରିବାର ସହିତ ତାଙ୍କ ସାକ୍ଷାତର ଏକ ଫଟୋ ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, "ହରିଓମ ବାଲ୍ମିକୀଙ୍କ ନିର୍ମମ ହତ୍ୟା ସମଗ୍ର ଦେଶର ବିବେକକୁ ଦୋହଲାଇ ଦେଇଛି। ତାଙ୍କ ପରିବାରର ଆଖି ଯନ୍ତ୍ରଣାରେ ଭରିଯାଇଥିଲା, ଗୋଟିଏ ପ୍ରଶ୍ନ ସହିତ ଯେ କ'ଣ ଦଳିତ ହେବା ଏବେ ବି ଏହି ଦେଶରେ ଏକ ଘାତକ ଅପରାଧ?"

ଆହୁରି ପଢ଼ନ୍ତୁ:ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ଭବିଷ୍ୟବାଣୀ ସତ୍ୟ: ଜିଏସଟି ସଂସ୍କାର ନେଇ ଅଶୋକ ଗେହଲଟଙ୍କ ବଡ଼ ଦାବି

ରାହୁଲ ଗାନ୍ଧୀ କହିଛନ୍ତି ଯେ ଉତ୍ତର ପ୍ରଦେଶର ପ୍ରଶାସନ ପୀଡିତାଙ୍କ ପରିବାରକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି। ସେମାନେ ପରିବାରକୁ ତାଙ୍କ ସହିତ ସାକ୍ଷାତ କରିବାରୁ ମଧ୍ୟ ବାରଣ କରିବାକୁ ଚେଷ୍ଟା କରିଥିଲେ। ଏହା ବ୍ୟବସ୍ଥାର ବିଫଳତା। ଯାହାକି ସର୍ବଦା ଅପରାଧୀମାନଙ୍କୁ ସୁରକ୍ଷା ଦିଏ ଏବଂ ପୀଡିତଙ୍କୁ କାଠଗଡ଼ାରେ ଛିଡ଼ା କରେ।

ରାହୁଲ ଗାନ୍ଧୀ ଆହୁରି ବି କହିଛନ୍ତି ଯେ, "ନ୍ୟାୟକୁ ଗୃହବନ୍ଦୀ କରାଯାଇପାରିବ ନାହିଁ। ବିଜେପି ସରକାର ପୀଡିତାଙ୍କ ପରିବାର ଉପରେ ଚାପ ବନ୍ଦ କରିବା ଏବଂ ଦୋଷୀମାନଙ୍କୁ କଠୋରତମ ଦଣ୍ଡ ସୁନିଶ୍ଚିତ କରିବା ଉଚିତ। ମୁଁ ହରିଓମ ବାଲ୍ମିକୀଙ୍କ ପରିବାର ଏବଂ ଏହି ଦେଶର ପ୍ରତ୍ୟେକ ଶୋଷିତ, ବଞ୍ଚିତ ଏବଂ ଦୁର୍ବଳ ନାଗରିକଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି। ଏହି ଲଢ଼େଇ କେବଳ ହରିଓମଙ୍କ ପାଇଁ ନୁହେଁ, ବରଂ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରୁଥିବା ପ୍ରତ୍ୟେକ ସ୍ୱର ପାଇଁ।"

ଆହୁରି ପଢ଼ନ୍ତୁ: ରାହୁଲ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ! କଂଗ୍ରେସ ଏଭଳି ଦାବି ପରେ ଟ୍ରୋଲ କଲା ବିଜେପି

କଂଗ୍ରେସ ନେତାଙ୍କ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଚକେରି ବିମାନବନ୍ଦର ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ସେ ପ୍ରାୟ ୮୦ କିଲୋମିଟର ରାସ୍ତା ଯାତ୍ରା କରି ଫତେପୁର ଯାଇଥିଲେ, ଯେଉଁଠାରେ ସେ ମୃତ ବାଲ୍ମିକୀଙ୍କ ପରିବାର ସହିତ ସାକ୍ଷାତ କରିଥିଲେ।