ଟ୍ରେନ ଟିକେଟରେ ୨୦ପ୍ରତିଶତ ରିହାତି; ଜାଣି ରଖନ୍ତୁ ନିୟମ

ଯାତ୍ରୀମାନଙ୍କୁ ଫେରିବା ଟିକେଟ ଭଡ଼ା ଉପରେ ୨୦% ରିହାତି ଦିଆଯିବ।  ଏହି ରିହାତି ଅଗଷ୍ଟ ୧୪ ରୁ ବୁକ୍ ହୋଇଥିବା ଟିକେଟ ଉପରେ ପ୍ରଯୁଜ୍ୟ ହେବ। କିନ୍ତୁ ଏହି ରିହାତି ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ ଭଳି ଟ୍ରେନ ପାଇଁ ପ୍ରଯୁଜ୍ୟ ହେବ ନାହିଁ।

New Project (30)

ନୂଆଦିଲ୍ଲୀ: ପାର୍ବଣ ସମୟରେ ଯାତ୍ରୀଙ୍କ ଯିବାଆସିବା ଭିଡକୁ ଦେଖି ରେଳ ମନ୍ତ୍ରାଳୟ ଶନିବାର ଏକ ବଡ଼ ଘୋଷଣା କରିଛି। ଏହି ଘୋଷଣା ଅଧୀନରେ ଅକ୍ଟୋବର ୧୩ରୁ ଅକ୍ଟୋବର ୨୬ ମଧ୍ୟରେ ଯାତ୍ରା କରୁଥିବା ଏବଂ ନଭେମ୍ବର ୧୭ ରୁ ଡିସେମ୍ବର ୧ ମଧ୍ୟରେ ସମାନ ଟ୍ରେନରେ ଫେରିବା ଯାତ୍ରୀମାନଙ୍କୁ ଫେରିବା ଟିକେଟ ଭଡ଼ା ଉପରେ ୨୦% ରିହାତି ଦିଆଯିବ।  ଏହି ରିହାତି ଅଗଷ୍ଟ ୧୪ ରୁ ବୁକ୍ ହୋଇଥିବା ଟିକେଟ ଉପରେ ପ୍ରଯୁଜ୍ୟ ହେବ। କିନ୍ତୁ ଏହି ରିହାତି ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ ଭଳି ଟ୍ରେନ ପାଇଁ ପ୍ରଯୁଜ୍ୟ ହେବ ନାହିଁ।

ରେଳ ମନ୍ତ୍ରାଳୟର ପ୍ରେସ୍ ରିଲିଜ୍ ଅନୁଯାୟୀ, ଯାତ୍ରୀଙ୍କ ପାଇଁ ଏଭଳି ସ୍ବତନ୍ତ୍ର ଟିକେଟ ବୁକିଂ ୨୦୨୫ ଅଗଷ୍ଟ ୧୪ରୁ ଆରମ୍ଭ ହେବ। ଏହି ଟିକେଟ ଜରିଆରେ ଯାତ୍ରୀମାନେ ୨୦୨୫ ଅକ୍ଟୋବର ୧୩ରୁ ଅକ୍ଟୋବର ୨୩ ମଧ୍ୟରେ ଯାତ୍ରା କରି ପାରିବେ। ଏହାପରେ ନଭେମ୍ବର ୧୭ରୁ ଡିସେମ୍ବର ୧ ତାରିଖ ପାଇଁ 'କନେକ୍ଟିଂ ଜର୍ନି ଫିଚର୍' ମାଧ୍ୟମରେ ଫେରିବା ଟିକେଟ ବୁକ୍ କରି ପାରିବେ।

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଯାତ୍ରୀମାନେ ଫେରିବା ଟିକେଟକୁ ଆଗୁଆ କାଟି ପାରିବେ ନାହିଁ। ଏହି ଯୋଜନା ଅନୁଯାୟୀ ରିହାତି କେବଳ ସେତେବେଳେ ଉପଲବ୍ଧ ହେବ ଯେତେବେଳେ ଯିବା ଓ ଆସିବା ଯାତ୍ରା ଉଭୟ ସମାନ ଯାତ୍ରୀଙ୍କ ପାଇଁ ବୁକ୍ କରାଯିବ। ଫେରିବା ଯାତ୍ରାରେ ଯାତ୍ରୀଙ୍କ ବିବରଣୀ ପରବର୍ତ୍ତୀ ଯାତ୍ରା ସହିତ ସମାନ ରହିବା ଉଚିତ। ଯିବା ଏବଂ ଆସିବା ଉଭୟରେ ଯାତ୍ରୀଙ୍କ ଯାତ୍ରା ଶ୍ରେଣୀ ଏବଂ ଯାତ୍ରାର ଆରମ୍ଭ ଓ ଗନ୍ତବ୍ୟସ୍ଥଳ ସମାନ ରହିଥିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe