ଟ୍ରେନରେ ଯାତ୍ରା କରିବା ସମୟରେ ଏଭଳି ଭୁଲ କଲେ ହୋଇପାରେ ୩ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ! ରେଳବାଇ ଦେଲା ଚେତାବନୀ

Advertisment
ଟ୍ରେନରେ ଯାତ୍ରା କରିବା ସମୟରେ ଏଭଳି ଭୁଲ କଲେ ହୋଇପାରେ ୩ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ! ରେଳବାଇ ଦେଲା ଚେତାବନୀ

ନୂଆଦିଲ୍ଲୀ: ଟ୍ରେନରେ ନିଆଁ ଲାଗିବା ଭଳି ଘଟଣା ଏଇ କିଛିଦିନ ହେବ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶର ଗାଜିଆବାଦ ଷ୍ଟେସନରୁ ଏଭଳି ଏକ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ପାଇଁ ଏକ ନୋଟିଫିକେସନ ଜାରି କରାଯାଇଛି।

ରେଳ ପକ୍ଷରୁ ଟୁଇଟ କରି ଜଣାଯାଇଛି ଯେ, ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ନିଆଁ ସହିତ ଜଡ଼ିତ କୌଣସି ସାମଗ୍ରୀ ସାଥୀରେ ଆଣିବେ ନାହିଁ କି କାହାରିକୁ ଆଣିବାକୁ ଦେବେ ନାହିଁ। ଏହା ଏକ ଦଣ୍ଡନୀୟ ଅପରାଧ। ଏପରି କରିବା ଦ୍ବାରା ଜେଲ ବି ହୋଇପାରେ।

ରେଳବାଇ ଟୁଇଟ ମୁତାବକ, ଟ୍ରେନ ବଗିରେ କିରୋସିନ, ଶୁଖିଲା ଘାସ, ଷ୍ଟୋଭ, ତେଲ, ଗ୍ୟାସ ସିଲିଣ୍ଡର, ମାଚିସ, ବାଣ ସମେତ ସଙ୍ଗେସଙ୍ଗେ ନିଆଁକୁ ଧରି ନେଉଥିବା ‌କୌଣସି ସାମଗ୍ରୀକୁ ସାଥୀରେ ନେଇ ଯିବାକୁ ବାରଣ କରାଯାଇଛି। ଏଭଳି କଟକଣା ଯାତ୍ରୀଙ୍କ ଯାତ୍ରାକୁ ସୁରକ୍ଷିତ କରିବା ସହିତ ସେମାନଙ୍କୁ ବିପଦମୁକ୍ତ ରଖିବ।

ପଶ୍ଚିମ ରେଳବାଇ ମୁତାବକ, ଟ୍ରେନରେ ନିଆଁ ଲାଗିବା, ନିଆଁ ମାଡିଯିବା ଭଳି ସାମଗ୍ରୀ ସାଥୀରେ ନେଇ ଯାତ୍ରା କରିବା ରେଳ ଅଧିନିୟମ ୧୯୮୯ର ଧାରା ୧୬୪ ଅନ୍ତର୍ଗତ ଦଣ୍ଡନୀୟ ଅପରାଧ। ଯଦି ଏଭଳି ସାମଗ୍ରୀ ନେଇ ଯାଉଥିବା ବେଳେ କେହି ଯାତ୍ରୀ ଧରାପଡ଼ନ୍ତି ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

କେବଳ ଏତିକି ନୁହେଁ, ନିଆଁ ଲାଗିବା ଘଟଣାକୁ ହ୍ରାସ କରିବା ପାଇଁ ରେଳ ଦ୍ବାରା ଜାରି ହୋଇଥିବା ଅନେକ ଯୋଜନା ଜରିଆରେ ଯଦି କେହି ଟ୍ରେନରେ ଯାତ୍ରା ସମୟରେ ଧୂମପାନ କରିବା ବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ବି ଜେଲ ପଠାଇ ଦିଆଯିବା ସହିତ ୨୦୦ଟଙ୍କା ଜରିମାନା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe