୭ଘଣ୍ଟା ୨୦ମିନିଟ୍‌ରେ ତିଆରି ହେଲା ନୂଆ ପୋଲ: ଭାରତୀୟ ରେଳ ରଚିଲା ଇତିହାସ

Advertisment
୭ଘଣ୍ଟା ୨୦ମିନିଟ୍‌ରେ ତିଆରି ହେଲା ନୂଆ ପୋଲ: ଭାରତୀୟ ରେଳ ରଚିଲା ଇତିହାସ

ନୂଆଦିଲ୍ଲୀ: ଦେଶର ଲାଇଫ ଲାଇନ୍‌ କୁହାଯାଉଥିବା ଭାରତୀୟ ରେଳ ଆଉ ଏକ ଉପଲବ୍ଧି ନିଜ ନାମରେ କରିଛି। ରେଳବାଇ ମାତ୍ର ୭ଘଣ୍ଟା ୨୦ମିନିଟ୍‌ରେ ନୂଆ ପୋଲ ନିର୍ମାଣ କରି ଇତିହାସ ରଚିଛି। ରେଳବାଇ ଏହି ନୂଆ ପୋଲ ନିର୍ମାଣ କରିବାର କିଛି ସମୟ ପରେ ଏହା ଉପରେ ଟ୍ରେନ୍‌  ସଫଳ ଭାବେ ଚଳାଚଳ ମଧ୍ୟ କରିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଉତ୍ତରପ୍ରଦେଶ ନଜିବାବାଦ-ମୁରାଦାବାଦ ମଧ୍ୟରେ ଥିବା ବୁନ୍ଦକି ନିକଟସ୍ଥ ୧୦୦ବର୍ଷର ପୁରୁଣା ରେଳ ପୋଲ ନଷ୍ଟ ହୋଇଯାଇଥିଲା। ଏହି ପୋଲଟି ସୁରକ୍ଷିତ ନଥିବାରୁ ଏଥିରେ ଟ୍ରେନ୍‌ ଖୁବ୍‌ ମନ୍ଥର ଗତିରେ ଯାତାୟାତ କରୁଥିଲା। ଯଦ୍ୱାରା ଯାତ୍ରୀଙ୍କୁ ଯେଉଁ ସମୟରେ ପହଞ୍ଚିବାର ଥାଏ, ସେହି ସମୟରେ ବିଳମ୍ବ ହୋଇଥାଏ। ତେବେ ଯାତ୍ରୀଙ୍କ ସମସ୍ୟା ଓ ପୋଲର ଖରାପ ଅବସ୍ଥା ଦେଖି ରେଳବାଇ  ତତ୍‌କ୍ଷଣାତ ଏହି ପୋଲକୁ ଭାଙ୍ଗି ନୂତନ ପୋଲ ନିର୍ମାଣ କରିବ ବୋଲି ନିଷ୍ପତ୍ତି ନେଇଥିଲା। ମାତ୍ର ୭ଘଣ୍ଟା ମଧ୍ୟରେ ନିର୍ମାଣ ହୋଇଥିବା ଏହି ପୋଲରେ ଏବେ ଟ୍ରେନ୍‌ ୧୦୦କିଲୋମିଟର ବେଗରେ ଯାତାୟାତ କରି ପାରୁଛି।

publive-image

ନୂଆ ପୋଲ ନିର୍ମାଣ କରିବାର ଶ୍ରେୟ ରେଳବାଇର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପାରିତୋଷ ଗୌତମ ଓ ତାଙ୍କର ଟିମ୍‌ଙ୍କୁ ଯାଉଛି। ପାରିତୋଷ ନିଜ ଟିମ୍‌ ସହି ମିଶି ଜାନୁଆରି ୩ ତାରିଖ ସକାଳ ୯.୩୫ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ୧.୨୪ରେ ପୋଲକୁ ଭାଙ୍ଗି ଥିଲେ, ୩ .୦୫ରେ ପୋଲର ଢ଼ାଞ୍ଚା ତିଆରି ହୋଇଥିଲା। ୫.୧୫ରେ ନୂଆ ପୋଲ ନିର୍ମାଣ ହୋଇଯାଇଥିଲା। ପୋଲ ନିର୍ମାଣ କରିବାରେ ଫେବ୍ରିକେଟେଡ ମେଟେରିୟଲ ବ୍ୟବହାର କରାଯାଇଥିଲା। ଫେବ୍ରିକେଟେଡ ମେଟେରିୟଲ ପୂର୍ବରୁ ପସ୍ତୁତ ହୋଇଥିବା ସାମଗ୍ରୀକୁ କୁହାଯାଏ।

publive-image

ପୋଲ ନିର୍ମାଣ ସମୟରେ ଲକସର-ମୁରାଦାବାଦରେ ରେଳ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇ ନଥିଲା। କେତେକ ଟ୍ରେନ୍‌ର ରୁଟ୍‌କୁ ପରିବର୍ତ୍ତନ କରିବା ସହିତ ଅନ୍ୟ କେତେଟି ଟ୍ରେନ୍‌କୁ ରଦ୍ଦ କରାଯାଇଥିଲା। ପୋଲ ନିର୍ମାଣ ହେବା ପରେ ପ୍ରଥମେ ଲିଙ୍କ ଏକ୍ସପ୍ରେସ ସେହି ପୋଲ ଦେଇ ଯାଇଥିଲା। ଟ୍ରେନ୍‌ ଗତିକୁ ମନ୍ଥର ରଖାଯାଇଥିଲା।

ରେଳବାଇ ଡିଭିଜନାଲ ମେନେଜର ଅଜୟ କୁମାର ସିଙ୍ଘଲଙ୍କ କହିବାନୁସାରେ, ଏହି ପୋଲ ନିର୍ମାଣ କାମ ପାଇଁ ୭୦ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। ପୋଲକୁ ସଫଳତା ଭାବେ ନିର୍ମାଣ କରିଥିବାରୁ ସମସ୍ତଙ୍କୁ ମୋର ଅଶେଷ ଧନ୍ୟବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe