ମେ ୭ ତାରିଖରୁ ୧୬ଟି ‌ଟ୍ରେନ୍‌କୁ ବାତିଲ୍‌ କଲା ଭାରତୀୟ ରେଳବାଇ, ଜାଣନ୍ତୁ ତାହା ସବୁ କେଉଁ ଟ୍ରେନ୍‌

Advertisment
ମେ ୭ ତାରିଖରୁ ୧୬ଟି ‌ଟ୍ରେନ୍‌କୁ ବାତିଲ୍‌ କଲା ଭାରତୀୟ ରେଳବାଇ, ଜାଣନ୍ତୁ ତାହା ସବୁ କେଉଁ ଟ୍ରେନ୍‌

The Economic Times

ନୂଆଦିଲ୍ଳୀ: ଆଗାମୀ ୭ ତାରିଖଠାରୁ ପୂର୍ବ ରେଳବାଇ ୧୬ଟି ରେଳ ଚଳାଚଳ ବାତିଲ୍‌ କରିବା ନିଷ୍ପତ୍ତି ନେଇଛି। ଏକ ଟୁଇଟ୍ ଯୋଗେ ପୂର୍ବ ରେଳବାଇ ପକ୍ଷରୁ ଦଃଖ ପ୍ରକାଶ କରାଯିବା ସହ ଯାତ୍ରୀମାନଙ୍କୁ ସେହି ଅନୁସାରେ ନିଜର ଯାତ୍ରା ନିଷ୍ପତ୍ତି ନେବାକୁ କୁହାଯାଇଛି।

ଯେଉଁ ‌ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଇଛି, ସେଗୁଡ଼ିକ ହେଉଛି ୦୨୦୦୧୯ ହାୱଡ଼ା-ରାଞ୍ଚି, ୦୨୦୨୦ ରାଞ୍ଚି-ହାୱଡ଼ା, ୦୨୩୩୯ ହାୱଡ଼ା-ଧନବାଦ୍, ୦୨୩୪୦ ଧନବାଦ-ହାୱଡ଼ା, ୦୩୦୨୭ ହାୱଡ଼ା-ଆଜିମଗଞ୍ଜ, ୦୩୦୨୮ ଆଜିମଗଞ୍ଜ-ହାୱଡ଼ା, ୦୩୦୪୭ ହାୱଡ଼ା-ରାମପୁରହାଟ୍, ୦୩୦୪୮ ରାମପୁରହାଟ-ହାୱଡ଼ା, ୦୩୧୧୭ କୋଲକାତା-ଲାଲଗୋଲା, ୦୩୧୧୮ ଲାଲଗୋଲା-କୋଲକାତା,  ୦୩୧୮୭ ସିଲ୍‌ଦାହ- ରାମପୁରହାଟ୍‌, ୦୩୧୮୮ ରାମପୁରହାଟ-ସିଲ୍‌ଦାହ, ୦୩୪୦୧ ଭାଗଲପୁର-ଦାନପୁର, ୦୩୪୦୨ ଦାନପୁର-ଭାଗଲପୁର, ୦୩୦୨ ଆସାନସୋଲ୍-ହଲଦିଆ, ୦୩୫୦୧ ହଲଦିଆ-ଆସାନସୋଲ୍।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏପ୍ରିଲ୍‌ ମାସରେ ମହାମାରୀ କରୋନାର ଦ୍ବିତୀୟ ଲହରର ଭୟଙ୍କରତା ହେତୁ ଭାରତୀୟ ରେଳବାଇ ୪୦ଟି ଟ୍ରେନ୍‌ ବାତିଲ୍‌ ନିଷ୍ପତ୍ତି ନେଇଥିଲା।

ଉତ୍ତର ପଶ୍ଚିମ ରେଳବାଇ ଅଞ୍ଚଳର ଡେପୁଟି ଜେନେରାଲ ମ୍ୟାନେଜର ଏଲ୍‌ଟି. ଶଶୀ କୀରଣ କହିଥିଲେ ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ୪୦ଟି ଟ୍ରେନର ବାତିଲ ସ୍ଥଗିତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe