ଆସୁଛି ଦୀପାବଳି: ଯାତ୍ରୀଙ୍କୁ ସୁରକ୍ଷା ନିୟମ ପାଳନ ପାଇଁ କଡ଼ା ଚେତାବନୀ ଦେଲା ରେଳବାଇ

Advertisment

ଦୀପାବଳି ଅବସରରେ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଏକ ସୁରକ୍ଷା ନିୟମ ଲାଗୁ କରିଛି। ଯେଉଁଥିରେ ରେଳବାଇ ଯାତ୍ରୀମାନଙ୍କୁ ଟ୍ରେନରେ କିଛି ଜିନିଷ ନେବାକୁ ବାରଣ କରିଛି।

ଦୀପାବଳି ଅବସରରେ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଏକ ସୁରକ୍ଷା ନିୟମ ଲାଗୁ କରିଛି। ଯେଉଁଥିରେ ରେଳବାଇ ଯାତ୍ରୀମାନଙ୍କୁ ଟ୍ରେନରେ କିଛି ଜିନିଷ ନେବାକୁ ବାରଣ କରିଛି।

4f96b32a-bd8c-483d-b13a-72fb5bd233c9

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଲକ୍ଷଲକ୍ଷ ଲୋକ ନିଜ କାମରୁ କିଛିଦିନ ପାଇଁ ବିରତି ନେଇ ଛୁଟି କାଟିବା ପାଇଁ ଘର ଅଭିମୁଖେ ବାହାରି ଯାଇଥାଆନ୍ତି। ଅଧିକାଂଶ ଯାତ୍ରୀ ଗମନାଗମନ ପାଇଁ ଟ୍ରେନ୍ ଯାତ୍ରାକୁ ବାଛି ଥାଆନ୍ତି। 

ଦୀପାବଳି ଅବସରରେ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଏକ ସୁରକ୍ଷା ନିୟମ ଲାଗୁ କରିଛି। ଯେଉଁଥିରେ ରେଳବାଇ ଯାତ୍ରୀମାନଙ୍କୁ ଟ୍ରେନରେ କିଛି ଜିନିଷ ନେବାକୁ ବାରଣ କରିଛି। ଏହି ବାରଣର ଉଦ୍ଦେଶ୍ୟ ହେଉଛି ଦୁର୍ଘଟଣାକୁ ରୋକିବା। ଏଥିସହିତ ପର୍ବପର୍ବାଣୀର ଭିଡ଼ ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ। ସେଥିପ୍ରତି ଯାତ୍ରୀଙ୍କୁ ଆଗୁଆ ସଚେତନ କରାଇବା।
ନିମ୍ନୋକ୍ତ ୬ଟି ଜିନିଷ ଯାତ୍ରା ସମୟରେ ନେବାକୁ ବାରଣ କରିଛି ରେଳବାଇ
• ବାଣ
• କିରୋସିନ ତେଲ
• ଗ୍ୟାସ ସିଲିଣ୍ଡର
• ଚୁଲି
• ଦିଆସିଲି ବାକ୍ସ
• ସିଗାରେଟ୍
ଏହି ଜିନିଷଗୁଡ଼ିକ ଜ୍ୱଳନଶୀଳ /ବିସ୍ଫୋରକ। ଟ୍ରେନର ସୀମିତ ସ୍ଥାନରେ ଏହି ଜିନିଷଗୁଡ଼ିକର ଏକ ଛୋଟ ସ୍ପାର୍କିଂ ବିପଦ ସୃଷ୍ଟି କରିପାରେ। ଯଦି ଆପଣ ଟ୍ରେନରେ କିମ୍ବା ଷ୍ଟେସନରେ ବାଣ, ଜ୍ୱଳନଶୀଳ ସାମଗ୍ରୀ କିମ୍ବା କିଛି ଅସ୍ୱାଭାବିକ ଘଟଣା ଦେଖନ୍ତି, ତେବେ ତୁରନ୍ତ ଆରପିଏଫ/ଜିଆରପି କିମ୍ବା ରେଳ କର୍ମଚାରୀଙ୍କ ସହିତ ଯୋଗାଯୋଗ କରନ୍ତୁ। ଏପରି କରିବା ଦ୍ବାରା ସମୟ ଥାଉଥାଉ ବିପଦକୁ ଏଡା ଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe