ରେଳ ବିଭାଗ ହେବ ହାଇଟେକ୍‌; ଷ୍ଟେସନ୍‌ରେ ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରିବ ଡ୍ରୋନ୍‌

Advertisment
ଆସନ୍ତା ଡିସେମ୍ବରଠାରୁ ଡ୍ରୋନ ଚଳାଇବା ଲାଗି ଲାଇସେନ୍ସ ମିଳିବ, ଯୋଗ୍ୟତା ୧୦ମ ପାଶ

zeenews

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଖୁବ୍‌ ଶୀଘ୍ର ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ‘ହାଇ-ଟେକ୍‌’ ହେବାକୁ ଯାଉଛି। ଏହି କ୍ରମରେ ଦେଶର ମାତ୍ରାତିରିକ୍ତ ଯାତ୍ରୀଭିଡ଼ ହେଉଥିବା ଷ୍ଟେସନ୍‌ଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଓ ନିୟନ୍ତ୍ରିତ ରଖିବା ଉଦ୍ଦେଶ୍ୟରେ ଷ୍ଟେସନ୍‌ମାନଙ୍କରେ ଡ୍ରୋନ୍‌ର ବ୍ୟବହାର କରିବା ପାଇଁ ଭାରତୀୟ ରେଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏହି ଡ୍ରୋନ୍‌ଗୁଡ଼ିକ ଷ୍ଟେସନ ଉପର ଆକାଶରେ ଉଡ଼ି ଷ୍ଟେସନରେ ଯାତାୟାତ କରୁଥିବା ରେଳଯାତ୍ରୀମାନଙ୍କ ଉପରେ ବିହଙ୍ଗାବଲୋକନ କରିବା ସହ ସେ ସଂପର୍କିତ ସମସ୍ତ ସୂଚନା ସଂପୃକ୍ତ ଷ୍ଟେସନରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପ୍ରଦାନ କରିବ। ଫଳରେ ରେଳ ଷ୍ଟେସନମାନଙ୍କରେ ଯାତ୍ରୀଭିଡ଼ ଜନିତ ହେଉଥିବା ଦୁର୍ଘଟଣାଗୁଡ଼ିକୁ ଏଡ଼ାଯାଇ ପାରିବ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଡ୍ରୋନ୍‌ର ପରୀକ୍ଷାମୂଳକ ବ୍ୟବହାର କରାଯାଇ ସାରିଲାଣି। ଏବଂ ଯେ କୌଣସି ସମୟରେ ସରକାର ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିପାରନ୍ତି ବୋଲି ସେ କହିଛନ୍ତି।

ସେହପରି ଶୀତଋତୁରେ କୁହୁଡ଼ି ଜନିତ କାରଣରୁ ରେଳ ଚଳାଚଳରେ ସୃଷ୍ଟି ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ ମଧ୍ୟ ରେଳ ବିଭାଗ ପକ୍ଷରୁ କୁହୁଡ଼ି ନିରୋଧ ବ୍ୟବସ୍ଥା ଥିବା ଜିପିଏସ୍‌ ବ୍ୟବହାର ଖୁବ୍‌ ଶୀଘ୍ର କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe