ମୁମ୍ବାଇ: ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୦୯୭ ପଏଣ୍ଟ୍ ହ୍ରାସ ପାଇ ୭୮,୯୧୮ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ୩୧୫ ପଏଣ୍ଟ୍ ହ୍ରାସ ପାଇ ୨୪,୪୫୦ ପଏଣ୍ଟ୍ରେ ବନ୍ଦ ହୋଇଛି। ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ ପ୍ରଭାବରେ ଦେଖାଦେଇଥିବା ଭୂରାଜନୈତିକ ସଙ୍କଟ ପାଇଁ ନିବେଶକମାନେ ଛାନିଆ ହୋଇ ସେୟାର ବିକ୍ରି କରୁଛନ୍ତି।
ବିଶେଷ କରି ଯୁଦ୍ଧରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରଗୁଡ଼ିକର ସେୟାର ଅଧିକ ବିକ୍ରି ହେଉଛି।ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଆଇଟିସି, ଏସିଆନ୍ ପେଣ୍ଟ୍ସ, ଟାଇଟାନ୍, ଟିସିଏସ୍, ଟାଟା ଷ୍ଟିଲ୍, ଳ ହିନ୍ଦୁସ୍ତାନ ୟୁନିଲିଭର୍, ବଜାଜ ଫାଇନାନ୍ସ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଟ୍ରେଣ୍ଟ୍, ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍, ଭାରତୀ ଏୟାରଟେଲ୍, ଇଣ୍ଡିଗୋ, ମାରୁତିି, ଏଚ୍ଡିଏଫ୍ସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଇଟରନାଲ୍ ଓ ଆଇସିଆଇସିିଆଇ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏନ୍ଟିପିସି, ସନ୍ ଫାର୍ମା, ଇନ୍ଫୋସିସ୍, ଏଚ୍ସିଏଲ୍ ଟେକ୍ ଓ ପାୱାରଗ୍ରିଡ୍ର ସେୟାର ମୂଲ୍ୟ ବଢ଼ିଛି।
ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶର ଷ୍ଟକ୍ ବଜାରରେ କାରବାର ପ୍ରାୟ ମାନ୍ଦା ରହିଛି। ଏସିଆରେ ଦକ୍ଷିଣ କୋରିଆର କୋପ୍ସି ୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ହଂକଂର ହାଙ୍ଗ ସେଙ୍ଗ୍ ୨ ପ୍ରତିଶତ ବଢ଼ିଥିଲା। ଚୀନ୍ର ସାଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ ୦.୨୫ ପ୍ରତିଶତ ବଢ଼ିଛି। ଜାପାନର ନିକେଇ ଅପରିବର୍ତ୍ତିତ ରହିଛି। ୟୁରୋପରେ ଜର୍ମାନୀର ଡିଏଏକ୍ସ ୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ଫ୍ରାନ୍ସର ସିଏସି ଓ ବ୍ରିଟେନ୍ର ଏଫ୍ଟିଏସ୍ଇ ୧୦୦ ସୂଚୀ ୧.୫ ପ୍ରତିଶତ ଲେଖାଏଁ ହ୍ରାସ ପାଇଛି।
ଆହୁରି ପଢ଼ନ୍ତୁ: Accident: ଦୁର୍ଘଟଣାରେ ଗୁରୁତର ମା’ ଛେଉଣ୍ଡ ଶୁଭମଙ୍କ ଅକାଳ ବିୟୋଗ
ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଇକ୍ବିଟି ସେୟାର ବିକ୍ରି ଜାରି ରଖିଛନ୍ତି। ଗତ ଅଧିବେଶନରେ ସେମାନେ ୩୫୭୨ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଚଳିତ ମାସରେ ବିଦେଶୀ ନିବେଶକମାନେ ୨୧,୪୩୬ କୋଟି ଟଙ୍କାର ଇକ୍ବିଟି ସେୟାର ବିକ୍ରି କରିଛନ୍ତି। ତେବେ ଘରୋଇ ନିବେଶକମାନେ ନିବେଶ ଜାରି ରଖିଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଅନେକାଂଶରେ ଦୂର ହୋଇଛି। କିନ୍ତୁ ସାମଗ୍ରିକ ଭାବେ ବଜାର ସ୍ଥିତିରେ ସୁଧାର ଆଣିବା ପାଇଁ ତାହା ଯଥେଷ୍ଟ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/06/untitled-2026-03-06-17-03-45.jpeg)