ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଦ୍ରୁତ ଗତି, ମହା ବିପତ୍ତି। ଗାଡ଼ି ଚଳେଇବା ବେଳେ ଟ୍ରାଫିକ୍‌ ନିୟମ ମାନନ୍ତୁ। ହେଲମେଟ ବ୍ୟବହାର କରନ୍ତୁ ଭଳି ବିଶୁ ସତର୍କତା ମୂଳକ ବାର୍ତ୍ତା ପରିବହନ ବିଭାଗ, ପୁଲିସ ଏବଂ ସାମାଜିକ ସଂଗଠନ ଦେଲେ କି ସଚେତନ କଲେ ମଧ୍ୟ ଲୋକେ ମାନୁନାହାନ୍ତି। ବେପରୁଆ ଗାଡି ଚାଳନା ଯୋଗୁଁ ନିରୀହ ଜୀବନ ଅକାଳରେ ଚାଲି ଯାଉଥିବା ଦେଖିବାକୁ ମିଳୁଛି।

Advertisment

ରଙ୍ଗର ପର୍ବ ହୋଲିରେ ସବୁଠି ଆନନ୍ଦ ଉଲ୍ଲାସରେ ରଙ୍ଗ ଖେଳ ସରିଥିବା ବେଳେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା  ପଞ୍ଚାୟତର ରାଇପଦା ବୁଲାଣୀରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଶିଶୁ ସମେତ ଜଣେ ମହିଳା ଓ ୩ ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ। ଏମାନଭ୍କୁ ଆମ୍ବୁଲାନ୍ସ ଓ ୧୧୨ ଗାଡ଼ିରେ ସ୍ଥାନୀୟ ମେଡ଼ିକାଲ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମା’ ଛେଉଣ୍ଡ ଶୁଭମଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: Gold Stuck In Dubai: ଦୁବାଇରେ ଫସିରହିଛି ଟନ୍‌ ଟନ୍‌ ସୁନା

ଅବସରପ୍ରାପ୍ତ ସୈନିକ ଅନୁଜ କୁମାର୍ ପ୍ରଧାନ ଏକ ବାଇକ୍‌ (ଓଆର ୧୨ ବି ୧୬୮୮)ରେ ବ୍ରହ୍ମପୁର ଠାରୁ କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି କୁମ୍ଭାରକୁପା ଆସୁଥିବା ବେଳେ କଳିଙ୍ଗା ଘାଟି ଠାରୁ ଧରିତ୍ରୀ ପ୍ରଧାନ ଓ କୁନିଝିଅକୁ ନେଇ ଆସୁଥିଲେ। ଅପରପକ୍ଷରେ ଘୁ ଉଦୟଗିରି ଠାରୁ କଳିଙ୍ଗା ଆଡ଼କୁ ଏକ ବାଇକ୍‌ (ଓଡ଼ି ୧୨ ବି ୫୬୬୩)ରେ ସିଦ୍ଧାନ୍ତ ମହାପାତ୍ର ଓ ଶୁଭମ୍ ରଣା ଯାଉଥିବା ସମୟରେ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ବୁଲାଣିରେ  ଉଭୟ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଜଣେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ୨ ଜଣଙ୍କର ମୁଣ୍ଡରେ ଓ ହାତରେ ଗଭୀର ଆଘାତ ହୋଇଥିବା ବେଳେ ଜଣଙ୍କର ଗୋଡ ଭାଙ୍ଗିଛି ସେମାନଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ସେଠାରେ ଆମ୍ବୁଲାନ୍ସ ଓ ୧୧୨ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଘୁ ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା କରିବା ନିମନ୍ତେ ପଠାଇଥିଲେ। ହେଲେ ଶୁଭମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ଫୁଲବାଣୀରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରାଯାଇଥିଲା ।ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ଡାକ୍ତର ଶୁଭମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ସେଠାରୁ ଫେରେଇ ଦେଇଥିଲେ। କିଛି ଉପାୟ ନ ପାଇ ଶୁଭମର ପରିବାର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଆଜି ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଶୁଭମ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେ। ସେ ସ୍ଥାନୀୟ ସହରରେ ଏକ  ରାସନ ଦୋକାନରେ କାର୍ଯ୍ୟ କରୁଥିଲେ। ଶୁଭମ ମା ଛେଉଣ୍ଡ ପିଲା ପୁଣି କମ ବୟସରେ ଦୁର୍ଘଟଣାରେ ଅକାଳରେ ଝଡି ପଡ଼ିଲେ।