ଦୁବାଇରେ କୋଠାବାଡ଼ି କିଣାକିଣିରେ ଭାରତୀୟମାନେ ପୁଣି ଶୀର୍ଷରେ

ଦୁବାଇରେ କୋଠାବାଡ଼ି କିଣାକିଣିରେ ଭାରତୀୟମାନେ ପୁଣି ଶୀର୍ଷରେ

Image Courtesy of TOI

ମୁମ୍ବାଇ: ଜାନୁଆରି ୨୦୧୬ରୁ ଜୁନ୍‌ ୨୦୧୭ ମଧ୍ୟରେ ଭାରତୀୟମାନେ ଦୁବାଇରେ ୪୨, ୦୦୦ କୋଟି ମୂଲ୍ୟର ସମ୍ପତ୍ତି ଖରିଦ କରିଛନ୍ତି। ଦୁବାଇ ଲ୍ୟାଣ୍ଡ୍‌ ଡିପାର୍ଟମେଣ୍ଟ୍‌ କହିବା ଅନୁସାରେ, ଏମିରେଟ୍‌ସ୍‌ରେ ବିଦେଶୀ ସମ୍ପତ୍ତି ବିନିଯୋଗକାରୀ ଭାବେ ଭାରତୀୟମାନେ ପୁନଶ୍ଚ ଶୀର୍ଷସ୍ତରକୁ ଆସିଛନ୍ତି।

୨୦୧୪ ଅପେକ୍ଷା ଏହା ୧୨, ୦୦୦ କୋଟି ଟଙ୍କା ଅଧିକ। ବିଭାଗୀୟ ରେକର୍ଡ ଅନୁସାରେ ଗତ ବର୍ଷ ଭାରତୀୟ ଖରିଦକାରୀମାନେ ୩୦, ୦୦୦ କୋଟି ଟଙ୍କା ଏଥିରେ ବିନିଯୋଗ କରିଥିଲେ। ୨୦୧୪ ମସିହାରେ ହୋଇଥିବା ସମୁଦାୟ ୧ ଲକ୍ଷ କୋଟି ଟଙ୍କାର ଅଣ ଆରବୀୟ ସମ୍ପତ୍ତି ବିନିଯୋଗର ଏହା ହେଉଛି ଏକ ଚତୁର୍ଥାଂଶ।

publive-image Image Courtesy of The Financial Express

ଦୁବାଇ ରିଅଲ୍‌ ଇଷ୍ଟେଟ୍‌ରେ ବିନିଯୋଗ କରିବାକୁ ଇଚ୍ଛୁକ ଭାରତୀୟମାନଙ୍କର କ୍ରୟ ପଦ୍ଧତି ସହ ସେମାନେ ପସନ୍ଦ କରୁଥିବା ସମ୍ପତ୍ତିର ପ୍ରକାର ଭେଦ ଦୁବାଇ ପ୍ରପର୍ଟି ସୋ’ର ଏକ ଅଧ୍ୟୟନ ପ୍ରକାଶ କରିଛି। ଅଧ୍ୟୟନ ଅନୁସାରେ, ଅଧିକାଂଶ (୮୮%) ମୁମ୍ବାଇବାସୀ ଏବଂ ପୁଣେ, ଅହମଦାବାଦ ଏବଂ ନଓ୍ଵି ମୁମ୍ବାଇ ସମେତ ନିକଟବର୍ତ୍ତୀ ସହରଗୁଡ଼ିକର ବାସିନ୍ଦାମାନେ ପ୍ରାଥମିକ ଭାବେ ୩, ୨୪-୬.୫ କୋଟି ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ୬୫ ଲକ୍ଷରୁ ଊର୍ଦ୍ଧ୍ୱରୁ ୩. ୨୪ କୋଟି ଅଟକଳ ମଧ୍ୟରେ କ୍ରୟ ସୀମିତ କରିବାକୁ ଚାହୁଁଛନ୍ତି ପ୍ରାୟ ୮%। ବାକି ଚାହୁଁଛନ୍ତି ୬. ୫ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଖରିଦ କରିବାକୁ। ସମ୍ପତ୍ତିର ପ୍ରକାର ଚୟନ କରିବାକୁ ଗଲାବେଳେ ଅଧିକାଂଶ (୩୩%) ଆପାର୍ଟମେଣ୍ଟ୍‌ ପସନ୍ଦ କରୁଥିବାବେଳେ ୧୭% ଭିଲ୍ଲା କ୍ରୟରେ ଅର୍ଥ ବିନିଯୋଗ କରୁଛନ୍ତି। ବ୍ୟାବସାୟିକ ସମ୍ପତ୍ତି ଏବଂ ଜମିଜମା ଯଥାକ୍ରମେ ୯% ଏବଂ ୬%ରେ ରହିଛି। ସର୍ବେକ୍ଷଣ ପ୍ରଶ୍ନର ଉତ୍ତର ଦେବାବେଳେ ପ୍ରାୟ ୩୫% କୌଣସି ନିଷ୍ପତ୍ତି ନେଇ ନ ପାରି ଥିବା କଥା କହିଥିଲେ।

ଅଧିକାରୀମାନେ କହନ୍ତି ଯେ ଦୁବାଇ ପ୍ରପର୍ଟି ମାର୍କେଟ୍‌ ଖୁବ୍‌ ନିୟନ୍ତ୍ରିତ ଏବଂ ଏହା ଖରିଦ୍‌କାରୀ, ଲିଜ୍‌ଧାରୀ ଏବଂ ଜମି ମାଲିକଙ୍କ ସ୍ୱାର୍ଥକୁ ନିରାପଦ ରଖେ। ସମ୍ପତ୍ତି କ୍ରେତା ବିକ୍ରେତାଙ୍କ ମଧ୍ୟରେ ଉପୁଜୁଥିବା ବିବାଦ ଏବଂ ଭୁଲ୍‌ ବୁଝାମଣାକୁ ଅତି କମ୍‌ କରିବାକୁ ଦୁବାଇର ରିୟଲ୍‌ ଇଷ୍ଟେଟ୍‌ ରେଗୁଲେଟରି ଏଜେନସି କେତେକ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରଣୟନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe