ଦୀପାବଳି ବଜାରରେ  ୭୨ ହଜାର କୋଟିର ବ୍ୟବସାୟ କଲେ ଭାରତୀୟ ବ୍ୟବସାୟୀ, ୪୦ ହଜାର କୋଟିର କ୍ଷତି ସହିଲା ଚୀନ

Advertisment
ଦୀପାବଳି ବଜାରରେ  ୭୨ ହଜାର କୋଟିର ବ୍ୟବସାୟ କଲେ ଭାରତୀୟ ବ୍ୟବସାୟୀ, ୪୦ ହଜାର କୋଟିର କ୍ଷତି ସହିଲା ଚୀନ

image credit : financialexpress

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଚୀନା ସାମଗ୍ରୀ ବର୍ଜନ ପାଇଁ ଏଥର ସାରା ଦେଶରେ ଦାବି ଉଠିଥିଲା । ବିଶେଷକରି ଦୀପାବଳିରେ ଚୀନ ସାମଗ୍ରୀ ବଦଳରେ ଭାରତୀୟ ସାମଗ୍ରୀ କିଣିବା ଉପରେ ଲୋକମାନେ ଗୁରୁତ୍ବ ଦେଇଥିଲେ । ଏହାର ଫଳସ୍ବରୂପ ଭାରତୀୟ ବ୍ୟବସାୟୀମାନେ ଏଥରର ଦୀପାବଳୀ ଋତୁରେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବ୍ୟବସାୟ କରିଛନ୍ତି ।

ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଏଥର ଦୀପାବଳୀ ଋତୁରେ ଭାରତୀୟ ବ୍ୟବସାୟୀମାନେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । ପ୍ରତିବର୍ଷ ଏହି ବ୍ୟବସାୟର ଏକ ବଡ଼ ଭାଗ ଚୀନକୁ ଯାଇଥାଏ । କିନ୍ତୁ ଏଥର ଚୀନରୁ ରପ୍ତାନି ହ୍ରାସ ଓ ଚୀନ ଦ୍ରବ୍ୟର ବର୍ଜନ ଡାକରା ମଧ୍ୟରେ ଭାରତୀୟ ବ୍ୟବସାୟୀଙ୍କ ଲାଭ ଓ ଚୀନର କ୍ଷତି ହୋଇଛି । ମହାସଂଘ ଦ୍ବାରା କରାଯାଇଥିବା ଏକ ଅଟକଳ ଅନୁସାରେ ଚଳିତ ଦୀପାବଳି ଋତୁରେ ଚୀନର ପ୍ରାୟ ୪୦ ହଜାର କୋଟି ଟଙ୍କାର କ୍ଷତି ହୋଇଛି ।

ତେବେ ଏଥର ବାଣ ଫୁଟାଇବା ଉପରେ ସରକାରଙ୍କ ନିଷେଧାଜ୍ଞା ଫଳରେ ଦେଶର ଛୋଟ ବ୍ୟବସାୟୀ ଓ ବାଣ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକର ପ୍ରାୟ ୧୦ ହଜାର କୋଟିର କ୍ଷତି ହୋଇଛି ।  ବାଣ ଶିଳ୍ପର ଏହି କ୍ଷତିପାଇଁ ବିଭିନ୍ନ ରାଜ୍ୟ ସରକାରମାନେ କ୍ଷତିପୂରଣ ଦେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe