Advertisment

FDI: ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ: ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପରିମାଣ ହ୍ରାସ

Advertisment

ଭାରତକୁ ବିଭିନ୍ନ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପରିମାଣ ନଭେମ୍ବରରେ ହ୍ରାସ ପାଇଛି। ଫଳରେ କ୍ରମାଗତ ୪ ମାସ ହେଲା ଏଫ୍‌ଡିଆଇ ହ୍ରାସ ପାଇବାରେ ରହିଛି।

ଭାରତକୁ ବିଭିନ୍ନ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପରିମାଣ ନଭେମ୍ବରରେ ହ୍ରାସ ପାଇଛି। ଫଳରେ କ୍ରମାଗତ ୪ ମାସ ହେଲା ଏଫ୍‌ଡିଆଇ ହ୍ରାସ ପାଇବାରେ ରହିଛି।

Untitled-19.jpg

ନୂଆଦିଲ୍ଲୀ: ଭାରତକୁ ବିଭିନ୍ନ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପରିମାଣ ନଭେମ୍ବରରେ ହ୍ରାସ ପାଇଛି। ଫଳରେ କ୍ରମାଗତ ୪ ମାସ ହେଲା ଏଫ୍‌ଡିଆଇ ହ୍ରାସ ପାଇବାରେ ରହିଛି। ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କରେ ଥିବା ସାଂପ୍ରତିକ ସମସ୍ୟା ଓ ଟଙ୍କାର ଅବମୂଲ୍ୟାୟନ ଯୋଗୁ ଦେଶକୁ ବାହାର ରାଷ୍ଟ୍ରରୁ ଆସୁଥିବା ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପରିମାଣ ହ୍ରାସ ପାଇଛି। ଏହାଛଡ଼ା ବିଭିନ୍ନ ବିଦେଶୀ କଂପାନିଙ୍କ ପୁଞ୍ଜି ପ୍ରତ୍ୟାହାର ଯୋଜନା ଯୋଗୁ ମଧ୍ୟ ଭାରତକୁ ଆସୁଥିବା ଏଫଡିଆଇ ପ୍ରଭାବିତ ହୋଇଛି।

ସେପ୍‌ଟେମ୍ବରରେ ମାସରେ ଅନ୍ୟ ଦେଶର ପୁଞ୍ଜିନିବେଶଶକାରୀଙ୍କ ମାଧ୍ୟମରେ ଭାରତକୁ ଆସିଥିଲା ୭୦୦ କୋଟି ଡଲାରର ନିଟ୍‌ ବିଦେଶୀ ପୁଞ୍ଜିନିବେଶ। ତେବେ ଏହି ପୁଞ୍ଜିନିବେଶ ପରିମାଣ ଅକ୍‌ଟୋବର ମାସରେ ୬୫୦ କୋଟି ଡଲାରକୁ ହ୍ରାସ ପାଇଥିଲା। ନଭେମ୍ବରରେ ମଧ୍ୟ ହ୍ରାସର ଧାରା ଜାରି ରହିଥିଲା। ୨୦୨୫ ନଭେମ୍ବରରେ ଦେଶକୁ ମୋଟ ୬୪୦ କୋଟି ଡଲାର ମୂଲ୍ୟର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବା ଏଫ୍‌ଡିଆଇ ଆସିଛି।

ଆହୁରି ପଢ଼ନ୍ତୁ: Congress: ମୁଁ ଡେଇଁନି ଦଳର ଲକ୍ଷ୍ମଣ ରେଖା: ଶଶି ଥରୁର

ଆରବିଆଇ ବୁଲେଟିନ୍‌

ଅନ୍ୟପକ୍ଷରେ ୨୦୨୪ ନଭେମ୍ବରରେ ଦେଶକୁ ଆସିଥିବା ପୁଞ୍ଜିନିବେଶ ପରିମାଣ ଠାରୁ ଏହା ୨୭.୫ ପ୍ରତିଶତ କମ୍‌ ବୋଲି ନିକଟରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଲେଟିନ୍‌ରୁ ଜଣାପଡ଼ିଛି। ଜଣାପଡ଼ିଛି। ସୂଚନାଯୋଗ୍ୟ ଭାରତକୁ ଆର୍ଥିକ ସେବା କ୍ଷେତ୍ରରେ ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆସିଥାଏ। ଏହା ପଛକୁ ଉତ୍ପାଦନ ଓ ରିଟେଲ ବ୍ୟବସାୟରେ ବିଦେଶୀ କଂପାନିଗୁଡ଼ିକ ଭାରତରେ ସିଧାସଳଖ ପୁଞ୍ଜିନିବେଶ କରିଥାନ୍ତି। ସୂଚନାଯୋଗ୍ୟ, ଭାରତକୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମଧ୍ୟରେ ଜାପାନ, ସିଙ୍ଗାପୁର ଓ ଆମେରିକୀୟ ସଂସ୍ଥାଗୁଡ଼ିକ ଦ୍ବାରା ୭୫ ପ୍ରତିଶତ ପୁଞ୍ଜିନିବେଶ ହୋଇଥାଏ।

ଆହୁରି ପଢ଼ନ୍ତୁ: Murder: ୫୦ ପର୍ଯ୍ୟନ୍ତ ଲେଖି ପାରିଲାନି ବୋଲି ୪ ବର୍ଷୀୟ ଝିଅକୁ ହତ୍ୟା କଲା ବାପା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe