ଆର୍ଥିକ ବର୍ଷ ୨୨ର ଦ୍ବିତୀୟ ଚଉଠରେ ଭାରତର ଅଭିବୃଦ୍ଧି ହାର ଗତିଶୀଳ ହୋଇ ୮.୪%ରେ ପହଞ୍ଚିଛି

Advertisment
ଶତାବ୍ଦୀ ଶେଷସୁଦ୍ଧା ବିଶ୍ବର ବୃହତ୍ତମ ଅର୍ଥନୀତି ହେବ ଭାରତ : ସିଇବିଆର୍

Image Courtesy of India Today

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୨ର ପ୍ରଥମ ଚଉଠରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ରେକର୍ଡ ବେଗରେ ବୃଦ୍ଧି ପାଇ ଦ୍ବିତୀୟ ଚଉଠରେ ସୁଦୃଢ଼ ରହିଛି। ସରକାରୀସୂତ୍ରରୁ ପ୍ରାପ୍ତ ତଥ୍ୟାବଳୀ ଅନୁସାରେ, ଜୁଲାଇ-ସେପ୍ଟେମ୍ବର ଚଉଠରେ ଭାରତର ‘ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ୍‌’ (ଜିଡିପି) ୮.୪୫% ବୃଦ୍ଧି ପାଇଛି।

ବ୍ୟାପକ ଟିକାରଣ, ଶିଳ୍ପ ଏବଂ ସେବା କ୍ଷେତ୍ରରେ ଦ୍ରୁତ ଉନ୍ନତି ଫଳରେ ଅର୍ଥନୈତିକ କାର୍ଯ୍ୟକଳାପର ପୁନଃଆରମ୍ଭ ହେବାରୁ ଦ୍ବିତୀୟ ଚଉଠରେ ‘ଜିଡିପି’ ଅଭିବୃଦ୍ଧି ସକାରତ୍ମକ ରହିଲା। ଆବଶ୍ୟକ ଏବଂ ଅଣ-ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ବର୍ଦ୍ଧିଷ୍ଣୁ ଚାହିଦା ମଧ୍ୟ ସୁଦୃଢ଼ ‘ଜିଡିପି’ ଅଭିବୃଦ୍ଧି ପ୍ରତି ଅବଦାନ ଦେଇଛି।

publive-image Image Courtesy of India Today

ଏହି ଅଭିବୃଦ୍ଧି ପୂର୍ବରୁ ବିଶେଷଜ୍ଞମାନେ କରିଥିବା ପୂର୍ବାନୁମାନ ସହ ପ୍ରାୟ ମେଳ ଖାଇଯାଉଛି। ସ୍ମରଣଯୋଗ୍ୟ, ମହାମାରୀଜନିତ ଲକ୍‌ଡାଉନ୍‌ ପ୍ରଭାବ ହେତୁ ଗତବର୍ଷ ଏହି ସମୟ ମଧ୍ୟରେ ‘ଜିଡିପି’ ୭.୫%ରେ ସଙ୍କୁଚିତ ହୋଇ ରହିଥିଲା।

୨୦୨୧-୨୨ ଆର୍ଥିକ ବର୍ଷର ଦ୍ବିତୀୟ ଚଉଠରେ ନିମ୍ନସ୍ତରରେ ଥିବା ପ୍ରଭାବ ‘ଜିଡିପି’ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଥିଲା। ନିମ୍ନ ସ୍ତରରୁ ହିଁ ଭାରତର ଅର୍ଥନୀତି ଉନ୍ନତି କରିଥିଲା ବୋଲି ଅଧିକାଂଶ ଅର୍ଥନୀତିଜ୍ଞ ସ୍ବୀକାର କରିଥିଲେ ବି, ଆର୍ଥିକ ସୁଧାର ସେତେଟା ବ୍ୟାପକ ହୋଇ ନ ଥିଲା।

କିନ୍ତୁ, ମହାମାରୀ ପରିସ୍ଥିତି ଲାଗି ରହିଲେ, ଏବଂ ବିଶ୍ବ ବାଣିଜ୍ୟକୁ ‘ଓମିକ୍ରନ୍‌ କୋଭିଡ୍‌-୧୯ ଭେରିଏଣ୍ଟ୍‌’ ପ୍ରଭାବିତ କଲେ ଦେଶର ଆର୍ଥିକ ସୁଧାର ମୁଦ୍ରାସ୍ଫିତି, ସମ୍ଭାବ୍ୟ ଉଚ୍ଚ ହାରର ସୁଧ ଏବଂ ଚାକରି ‌କ୍ଷେତ୍ରରେ ମନ୍ଥର ସୁଧାର ଏବଂ ସମ୍ପତ୍ତିଗତ ପାର୍ଥକ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe