କରୋନା ପ୍ରଭାବ, ୨୦୨୦ରେ ଭାରତର ଅଭିବୃଦ୍ଧି ୧.୯%କୁ କମିବ : ଆଇଏମଏଫ

୨୦୨୧ରେ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ, ଚୀନକୁ ପଛରେ ପକାଇବ : ଆଇଏମଏଫ

India TV

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଅର୍ଥନୀତି ଏକ ବଡ଼ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି । ସ୍ଥିତି ୧୯୩୦ ଦଶକର ବୃହତ ମାନ୍ଦାବସ୍ଥାଠାରୁ ମଧ୍ୟ ସ୍ଥିତି ଭୟଙ୍କର ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କହିଛି । ସାମଗ୍ରିକଭାବେ ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ବିଯୁକ୍ତ ୩ ପ୍ରତିଶତ ରହିବ ବୋଲି ଆଇଏମଏଫ କହିଛି ।

ଆଇଏମଏଫ ପକ୍ଷରୁ କୁହାଯାଇଛି ଯେ ୨୦୨୦ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୧.୯ ପ୍ରତିଶତକୁ ହ୍ରାସ ପାଇବ । ତେବେ ଆଶାଜନକ କଥା ହେଉଛି ୨୦୨୧ରେ ସ୍ଥିତିରେ ସୁଧାର ଆସିବ ଓ ଭାରତର ଅଭିବୃଦ୍ଧି ୭.୪ ପ୍ରତିଶତକୁ ଫେରିବ ।

ଚୀନର ଅଭିବୃଦ୍ଧି ୨୦୨୦ ମାତ୍ର ୧ ପ୍ରତିଶତ ରହିବ ଓ ୨୦୨୧ରେ ଅଭିବୃଦ୍ଧି ୯.୨ ପ୍ରତିଶତକୁ ଫେରିବ ।

ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୪୬ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୧ ହଜାରରେ ପହଞ୍ଚିଛି । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୮୧୫ରେ ପହଞ୍ଚିଛି । ଏହା ମଧ୍ୟରୁ ୯୨୭୨ଟି ସକ୍ରିୟ ମାମଲା ଥିବାବେଳେ ୩୫୩ ଜଣ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe