୨୦୨୩-୨୪ରେ ଭାରତର ଅଭିବୃଦ୍ଧି ୬.୬%କୁ ଖସିବ: ବିଶ୍ବବ୍ୟାଙ୍କ

୨୦୨୩-୨୪ରେ ଭାରତର ଅଭିବୃଦ୍ଧି ୬.୬%କୁ ଖସିବ: ବିଶ୍ବବ୍ୟାଙ୍କ

The Economic Times

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪୦ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୬ ପ୍ରତିଶତକୁ ହ୍ରାସ ପାଇବ। ୨୦୨୨-୨୩ରେ ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଏହା ନିଜ ସଦ୍ୟତମ ରିପୋର୍ଟରେ ଜଣାଇଛି ଯେ ୨୦୨୩ରେ ବିଶ୍ବ ଅର୍ଥନୀତିରେ ଅବନତି ଘଟିବ।

ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବ
୮୦ ବର୍ଷରେ ଗୋଟିଏ ଦଶଦ୍ଧିରେ ଦୁଇ ଥର ମାନ୍ଦାବସ୍ଥା ଆସିବ

ତିନି ଦଶଦ୍ଧିର ସବୁଠୁ ମନ୍ଥର ଗତିରେ ବିଶ୍ବ ଆଗକୁ ବଢ଼ିବ। ଏହା ମାନ୍ଦାବସ୍ଥା କବଳରେ ପଡ଼ିବାର ମଧ୍ୟ ଆଶଙ୍କା ରହିଛି। ଚଢ଼ା ଦରଦାମ୍, କଠୋର ନୀତି, ଆର୍ଥିକ ସଙ୍କଟ, ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଅତ୍ୟନ୍ତ ଦୁର୍ବଳ ହେବା ଏବଂ ଭୂ-ରାଜନୈତିକ ସଙ୍କଟରେ ବୃଦ୍ଧି ହେଲେ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବ। ଦୀର୍ଘ ୮୦ ବର୍ଷ ପରେ ପ୍ରଥମ ଥର ପାଇଁ ଗୋଟିଏ ଦଶଦ୍ଧିରେ ଦୁଇ ଦୁଇ ଥର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଭଳି ଘଟଣା ଦେଖିବାକୁ ମିଳିବ ବୋଲି ବିଶ୍ବବ୍ୟାଙ୍କ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe