ଭାରତର ଅଭିବୃଦ୍ଧି ୫.୯%କୁ ଖସିବ

Advertisment
ଭାରତର ଅଭିବୃଦ୍ଧି ୫.୯%କୁ ଖସିବ

ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ଅଗ୍ରଣୀ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍‌ସ ଭାରତର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି। ୨୦୨୨ରେ ଭାରତର ଅଭିବୃଦ୍ଧି ୬.୯ ପ୍ରତିଶତ ରହିବ ବୋଲି ଆକଳନ କରିଥିବା ଏହି ସଂସ୍ଥା ଜଣାଇଛି ଯେ ୨୦୨୩ରେ ଅଭିବୃଦ୍ଧି ୫.୯ ପ୍ରତିଶତକୁ ଖସିଯିବ। କୋଭିଡ୍ ମହାମାରୀକୁ ସାମ୍ନା କରିବା ସତ୍ତ୍ବେ ଗତ ଆର୍ଥିକ ବର୍ଷରେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ଫେରିପାଇଥିଲା। କିନ୍ତୁ ସେହି ପ୍ରଦର୍ଶନ ଜାରି ରଖିବା ଲାଗି ଏହା ସଂଘର୍ଷ କରୁଛି। ଉଚ୍ଚ ମୁଦ୍ରାସ୍ଫୀତି, ସୁଧ ହାରରେ ବୃଦ୍ଧି, ବିତ୍ତୀଅ ନିଅଣ୍ଟ ବେଲଗାମ ହେବା ଭାରତର ଅଭିବୃଦ୍ଧିକୁ ପ୍ରଭାବିତ କରିଛି। ଏସବୁ ବିଷୟ ବିଚାରକୁ ନେଇ ଗୋଲ୍ଡମ୍ୟାନ୍ ସଚ୍‌ସ କହିଛି ଯେ ୨୦୨୩ରେ ଭାରତର ଅଭିବୃଦ୍ଧି ଦୁଇ ପ୍ରକାରର ରହିବ। ବର୍ଷର ପ୍ରଥମ ଭାଗରେ ତାହା ମନ୍ଥର ରହିବ। ଦ୍ବିତୀୟ ଭାଗରେ ନିବେଶରେ ବୃଦ୍ଧି ହେବା ଯୋଗୁ ଅଭିବୃଦ୍ଧି ତ୍ବରାନ୍ବିତ ହେବ।

ଅନ୍ୟ ପକ୍ଷରେ, ରେଟିଂ ଏଜେନ୍ସି କ୍ରିସିଲ୍ ପକ୍ଷରୁ କୁହାଯାଇଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭.୩ ପ୍ରତିଶତ ନୁହେଁ ତା’ଠାରୁ କମ୍ ୭ ପ୍ରତିଶତ ରହିବ। ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହାଁଉଥିବାରୁ ତାହାର ପ୍ରଭାବ ଭାରତ ଉପର ପଡ଼ିବ। ଏହା ଭାରତର ରପ୍ତାନି ଏବଂ ଶିଳ୍ପ କାର୍ଯ୍ୟକଳାପକୁ ପ୍ରଭାବିତ କରିବ। ସେଥିପାଇଁ ଅର୍ଥନୀତି ଯେଉଁ ହାରରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଥିଲା ସେଭଳି ବଢ଼ିବ ନାହିଁ ବୋଲି କ୍ରିସିଲ୍ ଜଣାଇଛି। ଅଭିବୃଦ୍ଧି ହ୍ରାସ ପାଇବା ସତ୍ତ୍ବେ ଭାରତୀୟ ଅର୍ଥନୀତି ବିଶ୍ବର ଅନ୍ୟତମ ପ୍ରମୁଖ ପ୍ରଦର୍ଶନକାରୀ ହୋଇରହିବ ବୋଲି ଏହା ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe