ଭାରତର ଅଭିବୃଦ୍ଧି ୬.୩%କୁ ଖସିବ: ବିଶ୍ବବ୍ୟାଙ୍କ

Advertisment
ନିର୍ଦ୍ବନ୍ଦ୍ବରେ ବିଶ୍ବବ୍ୟାଙ୍କ ମୁଖ୍ୟ ହେବେ ଅଜୟ ବାଙ୍ଗା

BQ Prime

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଅଭିବୃଦ୍ଧି ୬.୩ ପ୍ରତିଶତକୁ ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଗତ ଜାନୁଆରିରେ ଏହା ଯେଉଁ ଆକଳନ କରିଥିଲେ ତାହାକୁ ବଦଳାଇଛି। ଜାନୁଆରିରେ ବିଶ୍ବବ୍ୟାଙ୍କ କହିଥିଲା ଯେ ଭାରତ ୬.୬ ପ୍ରତିଶତ ହାରରେ ଆଗକୁ ବଢ଼ିବ। ଭାରତ ବିଷୟରେ ବିଶ୍ବବ୍ୟାଙ୍କ କହିଛି ଯେ ଦରଦାମ୍ ସ୍ଥିତି ଉଚ୍ଚ‌ା ଥିବାରୁ ଘରୋଇ ନିବେଶ ପ୍ରଭାବିତ ହୋଇଛି ଓ ଋଣ ମହଙ୍ଗା ହେଉଥିବାରୁ ତାହା ଅଭିବୃଦ୍ଧିକୁ ମନ୍ଥର କରିବ। କିନ୍ତୁ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ହୋଇ ରହିବ ବୋଲି ବିଶ୍ବବ୍ୟାଙ୍କ ସ୍ପଷ୍ଟ କରିଛି।

ନୂଆ ଆକଳନ ରିପୋର୍ଟ ଜାରି କରି ଏହା ବିଶ୍ବ ଅଭିବୃଦ୍ଧି ୨୦୨୩ରେ ୨.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି କହିଛି। ଚୀନ୍‌କୁ ବାଦ ଦେବା ପରେ ଥିବା ଉଦୀୟମାନ ଓ ବିକାଶଶୀଳ ଅର୍ଥନୀତିର ସାମଗ୍ରିକ ଅଭିବୃଦ୍ଧି ୨.୯ ପ୍ରତିଶତକୁ ଖସିଆସିବ ବୋଲି ବିଶ୍ବବ୍ୟାଙ୍କ କହିଛି। ବିଶ୍ବବ୍ୟାଙ୍କର ନବନିଯୁକ୍ତ ସଭାପତି ଅଜୟ ବାଙ୍ଗା କହିଛନ୍ତି ଯେ କେବଳ ନିଯୁକ୍ତି ଜରିଆରେ ଦାରିଦ୍ର୍ୟ ହ୍ରାସ ପାଇବ ଓ ସମୃଦ୍ଧିର ପ୍ରସାର ହୋଇପାରିବ। କିନ୍ତୁ ମନ୍ଥର ଅଭିବୃଦ୍ଧି ନିଯୁକ୍ତି ସୃଷ୍ଟିକୁ ବେଶ କଷ୍ଟକର କରିଛି। ଅଭିବୃଦ୍ଧି ଆକଳନଗୁଡ଼ିକ ନିର୍ଧାରିତ ଲକ୍ଷ୍ୟ ‌ନୁହେଁ। ମିଳିତ ଭାବେ କଠିନ ପରିଶ୍ରମ କରି ସ୍ଥିତିରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe