Advertisment

Oil Import: ପ୍ରଭାବିତ ହେବ ଭାରତର ତୈଳ ଆମଦାନି

Advertisment

ଇରାନ ଓ ଆମେରିକା‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପୂରା ପଶ୍ଚିମ ଏସିଆରେ ଗୁରୁତର ସଂକଟ ସୃଷ୍ଟି କରିଛି। ଏହା ପ୍ରଭାବରେ ତୈଳ ପରିବହନର କରିଡର୍‌ କୁହାଯାଉଥିବା ହରମୁଜ୍‌ ପ୍ରଣାଳୀ ଦେଇ ଜାହଜ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି।

ଇରାନ ଓ ଆମେରିକା‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପୂରା ପଶ୍ଚିମ ଏସିଆରେ ଗୁରୁତର ସଂକଟ ସୃଷ୍ଟି କରିଛି। ଏହା ପ୍ରଭାବରେ ତୈଳ ପରିବହନର କରିଡର୍‌ କୁହାଯାଉଥିବା ହରମୁଜ୍‌ ପ୍ରଣାଳୀ ଦେଇ ଜାହଜ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି।

crude oil

crude oil shipment Photograph: (AI generated)

ନୂଆଦିଲ୍ଲୀ: ଇରାନ ଓ ଆମେରିକା‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପୂରା ପଶ୍ଚିମ ଏସିଆରେ ଗୁରୁତର ସଂକଟ ସୃଷ୍ଟି କରିଛି। ଏହା ପ୍ରଭାବରେ ତୈଳ ପରିବହନର କରିଡର୍‌ କୁହାଯାଉଥିବା ହରମୁଜ୍‌ ପ୍ରଣାଳୀ ଦେଇ ଜାହଜ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ଭାରତକୁ ତୈଳ ଆମଦାନି ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି।

ଦୈନିକ ଭାରତକୁ ୨.୬ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆମଦାନିକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ୨୦୨୫ରେ ଭାରତରେ ଅଶୋଧିତ ତୈଳ ଆବଶ୍ୟକତାର ୫୦ ପ୍ରତିଶତ ଏବଂ ପ୍ରାକୃତିକ ଗ୍ୟାସ୍‌ର ୫୪ ପ୍ରତିଶତ ହରମୁଜ୍‌ ପ୍ରଣାଳୀ ଦେଇ ଆମଦାନି ହୋଇଥିଲା। ଇରାକ, ସାଉଦିଆରବ, କୁଏତ ଏବଂ ୟୁଏଇରୁ ହରମୁଜ୍‌ ପ୍ରଣାଳୀ ଦେଇ ସାରା ବିଶ୍ବକୁ ତୈଳ ଯୋଗାଣ ହୋଇଥାଏ। ତେବେ ଚଳିତ ଯୁଦ୍ଧ ଏଥିରେ ବ୍ୟାଘାତ ସୃଷ୍ଟି କରିଥିବାରୁ ବିଭିନ୍ନ ଅଞ୍ଚଳରେ ତୈଳ ସଂକଟର ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: Supporter of Khemeini: କରାଚିରେ ଖେମିନିଙ୍କ ସମର୍ଥକଙ୍କ ଉପରେ ଆମେରିକା ସୈନ୍ୟଙ୍କ ଗୁଳିମାଡ଼: ୧୨ ମୃତ

ମିଳିଥିବା ସୂଚନା ଅନୁଯାୟୀ, ଆନ୍ତର୍ଜାତିକ ସ୍ତରରେ କେତେକ ତୈଳ ଯୋଗାଣକାରୀ ସଂସ୍ଥା ହରମୁଜ୍‌ ପ୍ରଣାଳୀ ଦେଇ ସେମାନଙ୍କ ଜାହଜ ଚଳାଚଳ ବନ୍ଦ କରି ଦେଇଛନ୍ତି। ଆମେରିକାର ନୌସେନା ଧମକ ଦେଇଥିବାରୁ ଉତ୍ତର ଆରବ ସାଗର, ପାରସ୍ୟ ଉପସାଗର ଓ ହରମୁଜ୍‌ ପ୍ରଣାଳୀ ଦେଇ ଅଧିକାଂଶ ତୈଳବାହୀ ଜାହଜ ଚଳାଚଳ ବନ୍ଦ କରିବାକୁ ପଡ଼ିଛି ବୋଲି ତୈଳ ଟ୍ୟାଙ୍କର ସଂଘ ଇଣ୍ଟର୍‌ଟ୍ୟାଙ୍କୋ ପ୍ରକାଶ କରିଛି। ଆଗକୁ ଅଧିକ ଜାହାଜ ବନ୍ଦ ହେବ ବୋଲି ଏହି ସଂଘ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe