୩୦% ରିହାତି ମିଳୁଥିବାରୁ ୨୦ ଦିନରେ ୬ଗୁଣ ବୃଦ୍ଧି ପାଇଛି ଭାରତର ରୁଷୀୟ କୋଇଲା ଆମଦାନି: ରିପୋର୍ଟ

Advertisment
୩୦% ରିହାତି ମିଳୁଥିବାରୁ ୨୦ ଦିନରେ ୬ଗୁଣ ବୃଦ୍ଧି ପାଇଛି ଭାରତର ରୁଷୀୟ କୋଇଲା ଆମଦାନି: ରିପୋର୍ଟ

Image Courtesy of The Times of India

ନୂଆଦିଲ୍ଲୀ: ମସ୍କୋ ଉପରେ ବିଶ୍ବବ୍ୟାପୀ ଆର୍ଥିକ କଟକଣା ଜାରି ହେବା ସତ୍ତ୍ବେ ବ୍ୟବସାୟୀମାନେ ୩୦% ରିହାତି ଦେଉଥିବାରୁ କିଛି ସପ୍ତାହ ହେବ ଭାରତର ରୁଷୀୟ କୋଇଲା ଆମଦାନି ୬ଗୁଣ ବୃଦ୍ଧି ପାଇଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଦୁଇଟି ବ୍ୟାବସାୟିକସୂତ୍ର ଏବଂ ଭାରତ ସରକାରଙ୍କ ଅପ୍ରକାଶିତ ତଥ୍ୟାବଳି ସମୀକ୍ଷା କରି ‘ରଏଟର୍ସ’ ରିପ‌ୋର୍ଟ କରିଛି ଯେ, ବୁଧବାରକୁ ମିଶାଇ ଗତ ୨୦ ଦିନ ଭିତରେ ରୁଷ୍‌ରୁ ଭାରତର କୋଇଲା ଏବଂ କୋଇଲା ସମ୍ବନ୍ଧୀୟ ଉତ୍ପାଦ ଆମଦାନି ୨୦ଗୁଣରୁ ଅଧିକ (୩୩୧.୧୭ ନିୟୁତ ଡଲାର୍‌) ବୃଦ୍ଧି ପାଇଛି।

publive-image Image Courtesy of The Economic Times

ୟୁକ୍ରେନ୍‌ ଆକ୍ରମଣ କରିଥିବାରୁ ପାଶ୍ଚାତ୍ୟ ରାଷ୍ଟ୍ରସମୂହର କଠୋର କଟକଣାର ସମ୍ମୁଖୀନ ହୋଇଥିବା ରୁଷ୍‌ ଏପ୍ରିଲ୍‌ ମାସରେ ‘ୟୁରୋପୀୟ ସଂଘ’କୁ ସତର୍କ କରାଇ କହିଛି ଯେ, ସେମାନେ କୋଇଲା ରପ୍ତାନି ଉପରେ କଟକଣା ଜାରି କରିଥିବାରୁ ତାହା ଅନ୍ୟ ବଜାରକୁ ଚାଲିଯିବ ଏବଂ ଶେଷରେ ୟୁରୋପୀୟ ରାଷ୍ଟ୍ରମାନେହିଁ ତା’ର ପ୍ରତିଫଳ ଭୋଗିବେ।

ଦୀର୍ଘ କାଳରୁ ରାଜନୈତିକ ଏବଂ ନିରାପତ୍ତା କ୍ଷେତ୍ରରେ ସୁସମ୍ପର୍କ ରଖି ଆସୁଥିବା ଭାରତ କିନ୍ତୁ, ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷ୍‌କୁ ନିନ୍ଦା କରିନାହିଁ। ଓଲଟି କହିଛି ଯେ, ୟୁକ୍ରେନ୍‌ରେ ହିଂସାର ଅବସାନ ଘଟିବା ଉଚିତ। ରୁଷ୍‌ରୁ କ୍ରୟ କରୁଥିବା ସାମଗ୍ରୀ ସପକ୍ଷରେ କହିବାକୁ ଯାଇ ନୂଆଦିଲ୍ଲୀ କହିଛି ଯେ, ଯୋଗାଣର ସମ୍ପ୍ରସାରଣ ପାଇଁ ଏହା ଉଦ୍ୟମ ମାତ୍ର। ରୁଷ୍‌ରୁ ସାମଗ୍ରୀ ଆମଦାନି ହଠାତ୍‌ ବନ୍ଦ ହୋଇଗଲେ ବିଶ୍ବ ବଜାରରେ ଦର ବୃଦ୍ଧି ଘଟିବ ଏବଂ ଗ୍ରାହକମାନେ ଅଡୁଆରେ ପଡ଼ି‌ବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe